ଭି.କେ.ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ଭି.କେ.ପାଣ୍ଡିଆନ ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ କାମିଆ ଜାନିଙ୍କୁ ନେଇ ଯିବା ଘଟଣାକୁ ନେଇ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭି.କେ. ପାଣ୍ଡିଆନ ଓ କାମିଆ ଜାନିଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର କାମିଆ ଜାନିଙ୍କ ଦ୍ଵାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନୀତନୀଙ୍କୁ ଦୁଃଖ ଦେଇଛି। ଏହା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି। ତେଣୁ କାମିଆଙ୍କ ବିରୋଧରେ ମାମଲା ସହ ମନ୍ଦିରକୁ ପ୍ରବେଶ କରିଥିବା ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ମାମଲା ପାଇଁ ଦାବି କରାଯାଇଛି।

Share Now:

Kalinga News Beuro

Next Post

ନନ୍ଦନକାନନରେ ନୂଆ ଅତିଥି : ବିରଳ ପ୍ରଜାତିର ୱ।ଲାବି ଓ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ

Sat Dec 23 , 2023
ବାରଙ୍ଗ: ନନ୍ଦନକାନନକୁ ଆସିଲେ ବିରଳ ପ୍ରଜାତିର ଏକ ହଳ ୱ।ଲାବି ଓ ଏକ ହଳ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ। ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ। ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି। ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial