ନନ୍ଦନକାନନରେ ନୂଆ ଅତିଥି : ବିରଳ ପ୍ରଜାତିର ୱ।ଲାବି ଓ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ

ବାରଙ୍ଗ: ନନ୍ଦନକାନନକୁ ଆସିଲେ ବିରଳ ପ୍ରଜାତିର ଏକ ହଳ ୱ।ଲାବି ଓ ଏକ ହଳ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ। ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ। ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି।

ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଗତ ବିଳମ୍ବିତ ରାତିରେ ଅଣାଯିବା ପରେ ଏହି ଜୀବମାନଙ୍କୁ ସ୍ଵାସ୍ଥ୍ୟ ନିରୀକ୍ଷଣ ଲାଗି କ୍ଵାରେଣ୍ଟାଇନରେ ରଖାଯାଇଛି।

Share Now:

Kalinga News Beuro

Next Post

ଜମ୍ମୁରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବ୍ୟର୍ଥ କଲା ସେନା

Sat Dec 23 , 2023
ନିହତ ଆତଙ୍କବାଦୀର ଶବ ଟାଣି ନେଲେ ସହଯୋଗୀ ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଜମ୍ମୁର ଆଖ୍‌ନୂର୍‌ ସେକ୍ଟର୍‌ ଅନ୍ତର୍ଗତ ଖୌର୍‌ଠାରେ ଆନ୍ତର୍ଜାତିକ ସୀମା ଦେଇ ହେଉଥିବା ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ କରିବା ବେଳେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି, ବ୍ୟାପକ ଅସ୍ତ୍ରଶସ୍ତ୍ର ସହିତ ୪ଜଣ ଆତଙ୍କବାଦୀ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା କଥା ଗତରାତିରେ ‘ସର୍ଭିଲେନ୍‌ସ୍‌ ଡିଭାଇସ୍‌’ରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial