ବଡ଼ଦିନ ଓ ନୂଆବର୍ଷରେ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ପର୍ଯ୍ୟଟକ ନେଇପାରିବେ ‘ବୋଟିଂ ଓ ରୋପୱେ’ର ମଜା

ବାରଙ୍ଗ: ରାତି ପାହିଲେ ବଡ଼ଦିନ ଓ ସ‌ପ୍ତାହେ ପରେ ନୂଆବର୍ଷ-୨୦୨୪। କ୍ୟାଲେଣ୍ଡର ବର୍ଷ ୨୦୨୩ ଶେଷ ହେବାକୁ ଯାଉଥିବାରୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ଚଳିତ ବର୍ଷ ବଡ଼ଦିନ ସୋମବାର ପଡୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସେହିଭଳି ନୂଆବର୍ଷ ସୋମବାର ହୋଇଥିଲେ ବି ପର୍ଯ୍ୟଟକମାନେ ଏଠାରେ ବୁଲିପାରିବେ। ଏହି ଦୁଇ ଦିନ ଦର୍ଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟରେ ଏବେ ସ୍କୁଲଗୁଡ଼ିକରେ ଶୀତକାଳୀନ ଅବକାଶ ଥିବାରୁ ଅଭିଭାବକମାନେ ସେମାନଙ୍କର ପିଲାଙ୍କୁ ନନ୍ଦନକାନନକୁ ବୁଲାଇ ଆଣୁଛନ୍ତି। ଫଳରେ ଏଠାରେ ଦର୍ଶକମାନଙ୍କର ଭିଡ଼ ରହିବାର ଅନ୍ୟ ଏକ କାରଣ ହୋଇପାରେ। ଅନ୍ୟପଟରେ ରବିବାର ଦିନ ଆହୁରି ଗହଳି ଦେଖିବାକୁ ମିଳୁଛି। ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଏବେ ବଡ଼ଦିନ ଓ ନୂଆବର୍ଷ ପଡୁଥିବାରୁ ଖୋଲା ରହିବ। ଟିକେଟ ମୂଲ୍ୟ ପୂର୍ବରୁ ଯାହାଥିଲା ତାହା ସେତିକି ରହିବ। ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ବୋଟିଂ ସହ ରୋପୱେ’ର ମଜା ନେଇପାରିବେ।

Share Now:

Kalinga News Beuro

Next Post

ଭୁଆସୁଣୀ ଡର୍ମ୍ପିଂୟାର୍ଡ : ଦାରୁଠେଙ୍ଗ, ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନନ ପ୍ରତି ବିପଦ

Sun Dec 24 , 2023
କଙ୍କାଳ ପାହାଡ଼ର କୁତ୍ସିତ ସତ୍ୟ-ବୁଝୁନି ପ୍ରଶାସନ ବାରଙ୍ଗ : ଭୁଆସୁଣୀ ଡର୍ମ୍ପିଂୟାର୍ଡରେ ଜମା ହୋଇଥିବା ଅଳିଆ ପର୍ବତ ଦ୍ୱାରା କେବଳ ଯେ ସ୍ଥାନୀୟ ଲୋକେ ପ୍ରଭାବିତ ହୋଇଛନ୍ତି, ତା’ ନୁହେଁ। ଦୂରରେ ଥିବା ଚନ୍ଦକା ଅଭୟାରଣ୍ୟ ଓ ନନ୍ଦନକାନନ ଉପରେ ମଧ୍ୟ ବିପଦର କଳା ବାଦଲ ଛାଇ ଯାଇଛି। କାରଣ ୬୦ଏକର ପରିମିତ ଜାଗାରେ ଜମା ହୋଇ ରହିଥିବା ଏହି ୧୬ ଲକ୍ଷ ମେଟ୍ରିକ୍ ଟନ୍ ପଚାସଢ଼ା ପୁରୁଣା ଆବର୍ଜନାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial