କୁହୁଡି ନେଲା ତିନିଜଣ ସାଙ୍ଗଙ୍କ ଜୀବନ

ନୂଆଦିଲ୍ଲୀ: ବିହାରରେ କୁହୁଡ଼ି ପାଇଁ ଲୋକେ ଯାତାୟାତରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଏହି କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା ବି ଘଟୁଛି। ନିକଟରେ ଭାଗଲପୁର ନବଗଛିଆରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ମୃତକ ତିନିଜଣସାଙ୍ଗ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତିନିଜଣ ସାଙ୍ଗ ନବଗଛିଆର ମକନପୁରକୁ ଜଣେ ସାଙ୍ଗଙ୍କ ଜନ୍ମଦିନ ଭୋଜିରେ ସାମିଲ ହେବାକୁ ଯାଇଥିଲେ। ଭୋଜି ସାରି ହସଖୁସିରେ ଏକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ସହିତ ସେମାନଙ୍କର ଧକ୍କା ହୋଇଥିଲା। ଫଳ‌ରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ମୃତକମାନେ ହେଲେ ପ୍ରିନ୍ସ କୁମାର (୨୩), ସୁକେଶ କୁମାର(୨୦) ଓ ସୁରଜ କୁମାର ଓରଫ ରାହୁଲ (୨୨)। ପ୍ରିନ୍ସଙ୍କ ବିବାହ ୬ବର୍ଷ ପୂର୍ବେ ହୋଇଥିବା ବେଳେ ତାଙ୍କର ଏକ ତିନିବର୍ଷର ପୁଅ ଅଛି। ପୁଲିସ ସୂତ୍ରରୁ ପ୍ରକାଶ, ପ୍ରିନ୍ସ,ସୁକେଶ ଓ ସୁରଜ ତିନିଜଣ ଗୋଟିଏ ବାଇକରେ ବସି ଯାଉଥିବା ବେଳେ ହେଲମେଟ ପିନ୍ଧି ନଥିଲେ। ହେଲମେଟ ପିନ୍ଧିଥିଲେ ହୁଏତ ସେମାନଙ୍କ ଜୀବନ ଆଜି ବଞ୍ଚି ଯାଇଥାଆନ୍ତା। ଦୁର୍ଘଟଣାସ୍ଥଳରୁ ପ୍ରିନ୍ସ କୁମାର, ସୁକେଶ କୁମାର ଓ ସୁରଜ କୁମାରଙ୍କ ଫୋନ ମିଳ ଥିଲା। ଏଥିରୁ ସେମାନଙ୍କ ପରିବାରଲୋକଙ୍କୁ ଯୋ‌ଗାଯୋଗ କରି ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଥିଲା।

Share Now:

Kalinga News Beuro

Next Post

ରାଇରଙ୍ଗପୁର ଜେଲରୁ କଏଦୀ ଫେରାର,ପୋଲିସର ତଦନ୍ତ ଜାରି

Sun Jan 7 , 2024
ରାଇରଙ୍ଗପୁର: ଜଣେ ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି। ଜେଲ କର୍ତ୍ତୁପକ୍ଷ ଓ କର୍ମଚାରୀଙ୍କୁ ଚକମା ଦେଇ ଆଜୀବନ ସଜା କାଟୁଥିବା ଆସାମୀ ଫେରାର ହେବାରେ ସକ୍ଷମ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରୁ ଆସାମୀ ଫେରାର ହୋଇଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆସାମୀ ଜଣକ ଜେଲରୁ ଫେରାର ହୋଇଯାଇଛି। ଜେଲ କର୍ତ୍ତୁପକ୍ଷ ଓ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଆସାମୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial