ଉଠିବ କି ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ? ପତ୍ନୀଙ୍କୁ ହୋଇପାରେ ଜେରା

ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍‌ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ ଆଜି ଜିଆରପି ଜେରା କରିଛି‌। ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ ଜିଆରପି। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି ଜିଆରପି‌। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି ସାରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ? ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆରପି ପଚରା ଉଚରା କରିଥିବା ସୂଚନା ମିଳିଛି। ଆଦିତ୍ୟଙ୍କ ବାଳକାଟିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ଓ କଳିଙ୍ଗବିହାରରେ ଥିବା ୟୁନିୟନ ବ୍ୟାଙ୍କ ଆକାଉଣ୍ଟ ବି ଖୋଳତାଡ଼ କରିଛି ପୋଲିସ୍‌। ଗତ ୬ରେ ଟ୍ରେନ୍ ଲାଇନ୍‌ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Share Now:

Kalinga News Beuro

Next Post

ବରିମୁଣ୍ଡ, ଜରିପାଟଣା ସଟ୍‌ଡାଉନ୍

Thu Jul 16 , 2020
ନିଆଳିରେ କରୋନା, ନରିଶୋ ସିଲ୍‌ ବାରଙ୍ଗ : ଆଜି ଭୁବନେଶ୍ବର ବ୍ଲକ ଅଧୀନ ବରିମୁଣ୍ଡ ପଞ୍ଚାୟତରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ୨୭ ବର୍ଷର ଯୁବକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ର କର୍ମଚାରୀ। ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ସରପଞ୍ଚ ବୀରେନ୍ଦ୍ର ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲା। ବିଡିଓଙ୍କ ସହ ପରାମର୍ଶ କରିବା ପରେ ସରପଞ୍ଚ ଶ୍ରୀ ଜେନା […]
ବରିମୁଣ୍ଡ, ଜରିପାଟଣା ସଟ୍‌ଡାଉନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial