ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ : ହିଞ୍ଜିଳିରେ କରିବେ ଶକ୍ତି ପ୍ରଦର୍ଶନ

ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ସେ ଗଂଜାମ ଜିଲ୍ଲା ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବେ। ୨୪ ତାରିଖରେ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଥିବା ବେଳେ ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବାର ସୂଚନା ରହିଛି। ଗତଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଝି ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Share Now:

Kalinga News Beuro

Next Post

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ନକ୍ସଲଙ୍କ ଆତ୍ମସମର୍ପଣ

Sun Apr 21 , 2024
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନିଷିଦ୍ଧ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଯାହା ସଫଳ ଫଳାଫଳ ପ୍ରଦାନ କରୁଛି “ଅପରେସନ୍ ଚାୟୁଥା”। ଆଜି ଛତିଶଗଡର କିଷ୍ଟରାମ ଥାନା ଅଧୀନରେ ଥିବା ତେଲେଙ୍ଗାନା-ଛତିଶଗଡ଼ ସୀମାବର୍ତ୍ତୀ ଗ୍ରାମ ଡୋକାପୁଡୁ ଏବଂ ପୁଟ୍ଟାପଡୁରୁ ନିଷିଦ୍ଧ ସିପିଆଇ ମାଓବାଦୀ ପାର୍ଟିରେ ଡେପୁଟି କମାଣ୍ଡର ତଥା କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା ୬ ଜଣ ନକ୍ସଲ ଭଦ୍ରାଦୀ କୋଥାଗୁଡେମ୍ […]
ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial