ନଦୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ

ନୟାଗଡ଼: ନଦୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ। ଏଭଳି ଅଘଟଣ ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଦେଖିବାକୁ ମିଳିଛି। ସେହି ଗାଁର ଦ୍ୟୁତିକୃଷ୍ଣ ସେଠୀଙ୍କ ପୁଅ ଝିଅ ଓ ଗାଁର ଅନ୍ୟ ଜଣେ ନାବାଳକ ପୁଅଙ୍କ ସହ ମିଶି ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନଦୀ ମଧ୍ୟରେ ଭାଇ ଭଉଣୀ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ନାବାଳକ ପାଟିକରି ଡାକିଥିଲା। ସଙ୍ଗେ ସଙ୍ଗେ ଗ୍ରାମବାସୀ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଇଟାମାଟି ଥାନା ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

୮ ତାରିଖ ନୁହେଁ, ୯ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ : ସୂତ୍ର

Thu Jun 6 , 2024
ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପୂର୍ବରୁ ସେ ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି। ଯଦିଓ ଗତ ଦୁଇଟି ନିର୍ବାଚନ ପରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial