୮ ତାରିଖ ନୁହେଁ, ୯ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ : ସୂତ୍ର

ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପୂର୍ବରୁ ସେ ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି। ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏନ୍‌ଡିଏ ପାଇଁ ୪୦୦ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ ନୂଆ ଶକ୍ତି ସଂଗ୍ରହ କରିଥିବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ୱପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ଛୁଇଁପାରିନାହିଁ। ସେହିପରି ବିଜେପି ପାଇଁ ୩୭୦ ଆସନ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ଦଳ ଏକାକୀ ସରକାର ଗଠନ କରିବା ସ୍ଥିତିରେ ନାହିଁ। ସରକାର ଗଠନ ଲାଗି ୨୭୨ ଆସନ ଆବଶ୍ୟକ ଥିବା ବେଳେ ବିଜେପିକୁ ମିଳିଛି ୨୪୧ଟି ଆସନ। ସରକାର ଗଠନ ପାଇଁ ବିଜେପିକୁ ଏହାର ସହଯୋଗୀ ଦଳଙ୍କ ସମର୍ଥନର ସହଯୋଗ ନେବାକୁ ପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ମୋଦୀ ୧,୫୨,୫୧୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଚଳିତ ଥର ମୋଦୀଙ୍କ ବିଜୟ ବ୍ୟବଧାନ କମ୍‌ ରହିଛି। ୨୦୧୯ରେ ମୋଦୀଙ୍କ ବିଜୟ ବ୍ୟବଧାନ ୪,୭୯,୫୦୫ ଥିଲା। ୨୦୧୪ରେ ମଧ୍ୟ ମୋଦୀଙ୍କ ବିଜୟ ବ୍ୟବଧାନ ୩,୭୧,୭୮୪ ଥିଲା।

Share Now:

Kalinga News Beuro

Next Post

ଆମେ କୋଟା ଜାରି ରଖିବୁ : ଟିଡିପି

Fri Jun 7 , 2024
ମୁସଲମାନଙ୍କ ପାଇଁ ସଂରକ୍ଷଣ ହଟାଇ ପାରିବ ନାହିଁ ବିଜେପି ଗୁଣ୍ଟୁର: ଏନଡିଏ ମିଳିତ ମଞ୍ଚ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ଏହାର ନେତା ଭାବରେ ମନୋନୀତ କରିଛି। ସେ ଜୁନ୍ ୯ ସନ୍ଧ୍ୟା ୬ ଟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥର ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ, ଯେଉଁ କାରଣରୁ ଦଳ ଖୋଲାଖୋଲି ଭାବେ ନିଷ୍ପତ୍ତି ନେଇପାରିବ ନାହିଁ। ଏଥିପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial