ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା : ପୁଅକୁ ନିର୍ମମ ଭାବେ ହତ୍ୟା କଲା ବାପା

ଥାଣେ: ସ୍ୱାମୀ-ସ୍ତ୍ରୀ ଝଗଡ଼ା ମଧ୍ୟରେ ବଳି ପଡିଲା ପୁଅ। ନିର୍ମମ ଭାବେ ହତ୍ୟା କଲା ବାପା। ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦମ୍ପତ୍ତିଙ୍କ ମଧ୍ୟରେ ହେଉଥିବ ଝଗଡା ହିଁ ହତ୍ୟାର କାରଣ ବୋଲି ସନ୍ଦେହ କରୁଛି ପୁଲିସ। ପାଟିରେ କାଗଜ ଭର୍ତ୍ତି କରି ଅଭିଯୁକ୍ତ ବାପା ୯ବର୍ଷିୟ ପୁଅର ହତ୍ୟା କରିଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ପାରିବାରିକ କଳହ ପରେ ଅଭିଯୁକ୍ତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଅଲଗା ରହୁଥିଲେ। ମୃତ ପୁଅଟି ନିଜ ମାଙ୍କ ସହ ରହୁଥିଲା। ସୋମବାର ପିଲାଟି ତାଙ୍କ ମା’ଙ୍କ ଘରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ସଦସ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ପରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ନାବାଳକର ମୃତଦେହ ବାପାଙ୍କ ଘର ନିକଟରେ ମିଳିଥିଲା। ପୁଲିସକୁ ଏ ନେଇ ସୂଚନା ଦିଆଯିବ ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ମୃତକର ପାଟିରେ କାଗଜ ଭର୍ତ୍ତି ହୋଇଥିବା ବେଳେ ତା ନାକରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା। ତଦନ୍ତ ପରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଏଭଳି କରିଥିବା କହିଛି ପୁଲିସ।

Share Now:

Kalinga News Beuro

Next Post

ଶପଥ ଗ୍ରହଣ କଲେ ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ୧୩ ମନ୍ତ୍ରୀ

Wed Jun 12 , 2024
ଭୁବନେଶ୍ୱର: ଓଡ଼ିଶାରେ ଆଜି(୨୦୨୪ ଜୁନ୍‌ ୧୨)ଠାରୁ ବିଜେପି ସରକାର ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial