ଲାଞ୍ଚ ନେଲାବେଳେ ଧରା ପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଧରା ପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ପାଟଣାଗଡ଼: ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡ଼ିଛି। ଯନ୍ତ୍ରୀ ସୁଜିତ ପାଢୀ ନିଜ ଅଫିସରେ ବସିଥିଲେ। ଯନ୍ତ୍ରୀ ସୁଜିତ କୁମାର ପାଢୀ ଉକ୍ତ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଠିକାଦାରଙ୍କ ବିଲ୍ ପାସ୍ କରାଇବା ପାଇଁ ତାଙ୍କଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ନେଉଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ। ତେବେ ୫୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ତୁରନ୍ତ ତାଙ୍କ ପ୍ରକୋଷ୍ଠକୁ ଯାଇ ଧରିଥିଲା। ଭିଜିଲାନ୍ସ ଉକ୍ତ ୫୦ ହଜାର ଟଙ୍କା ଓ ତାଙ୍କ ଅଫିସରୁ କିଛି କାଗଜପ୍ରତ୍ର ନେବା ସହ ତାଙ୍କୁ ବଲାଙ୍ଗୀର ନେଇ ଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

Wed Jul 24 , 2024
ଭୁବନେଶ୍ୱର: ଆଜି ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ବଜେଟ ଆସିବା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବା ବେଳେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୪ରୁ ୫ଟି ଏଜେଣ୍ଡା ଉପରେ ମୋହର ବାଜିବା ନେଇ ଆଶା କରଯାଉଛି।ତେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ […]
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କ୍ୟାବିନେଟ ବୈଠକ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial