ମାଲକାନଗିରି ପୁଲିସ ନିକଟରେ ୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ମାଲକାନଗିରି ପୁଲିସ ନିକଟରେ ୩ ଜଣ ଛତିଶଗଡ଼ର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ତିନି ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେମାନେ ହେଲେ କୋଣ୍ଟା ଏରିଆ କମିଟିର ସଦସ୍ୟ ଦେବା ମାଡବି(୧୮), ଆଡମା ମାଡକାମୀ(୨୪) ଏବଂ ମୁକ୍କା ସୋଡି(୨୫)। ଏମାନେ ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଏରିଆ କମିଟି ପାଇଁ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ଦେବା ୨୦୨୦ରେ ମାଓବାଦୀ ସଂଗଠନରେ ଜଡିତ ହୋଇଥିବା ବେଳେ ଆଡମା ୨୦୧୯ ଏବଂ ମୁକ୍କା ୨୦୧୮ ମସିହାରେ ପାର୍ଟିରେ ଜଡିତ ହୋଇଥିଲେ। ଲଗାତାର ମାଲକାନଗିରି ଏବଂ ଛତିଶଗଡର ସୁକମା ପୁଲିସ ତରଫରୁ ଘନ ଘନ ଚଢାଉରେ ଏମାନେ ଭୟଭୀତ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
ଚଢାଉରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଭୟରେ ବହୁ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ପୁଣି ଛତିଶଗଡ଼ ଏବଂ ଆନ୍ଧ୍ର ନକ୍ସଲଙ୍କ ଦ୍ୱାରା ନିର୍ଯାତିତ ହୋଇ ସଂଗଠନ ଛାଡୁଛନ୍ତି। ତେବେ ଆନ୍ଧ୍ରଓଡିଶା ବଡର ଡିଭିଜନ ଏବଂ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଡିଭିଜନର ମାଓ ନେତାମାନେ ପାର୍ଟିରୁ ସଦସ୍ୟ ଓ ସଦସ୍ୟାମାନେ ବାହାରିଗଲେ ସେମାନଙ୍କୁ ହତ୍ୟା କରାଯିବା ସହ ତାଙ୍କ ପରିବାରକୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦେଉଥିବାରୁ ବହୁ ନକ୍ସଲ ଆତ୍ମସମର୍ପଣ କରିପାରୁନଥିବା ପୁଲିସ କହିଛି। ତେବେ ଏଥିରେ ଭୟ ନକରି ମୁଖ୍ୟସ୍ରୋତରେ ସାମିଲ ହେଲେ ପୁଲିସ ସମସ୍ତ ସହଯୋଗ କରିବ ବୋଲି କହିଛି। ପୁଣି ମାଓ ସଂଗଠନରେ ଜଡିତ ହୋଇ କୌଣସି ଉନ୍ନୟନ କାମରେ ସେମାନେ ସହଯୋଗ କରିପାରୁନଥିବା ଏମାନେ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ସିନେମା ସୁଟିଂ ବେଳେ ଆହତ ହେଲେ ପ୍ରିୟଙ୍କା ଚୋପ୍ରା

Thu Jun 20 , 2024
ନୂଆଦିଲ୍ଲୀ: ଇଣ୍ଟରନାସନାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ ‌ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ପ୍ରିୟଙ୍କା ସୁଟିଂ କରୁଥିବା ସମୟରେ ଗଭୀର ଭାବେ ଆହତ ହୋଇଛନ୍ତି। ଏହାର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରିୟଙ୍କାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗି୍ଥିବା ଦେଖିବାକୁ ମିଳୁଛି। ପ୍ରିୟଙ୍କା ରୁସୋ ବ୍ରଦର୍ସଙ୍କ “ଦ ବ୍ଲାକ”ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ‌ଆକସନ ସିନେମାରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ନଜର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial