ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର

ବରଗଡ଼: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର ସେ ନେଇ ଅଧିକ ପଚରାଉଚରା କରୁଛି ଟିମ୍। ପୂର୍ବରୁ ରାମଚନ୍ଦ୍ର ମିଶ୍ର ବରଗଡ଼ରେ ଅବକାରୀ ଅଧୀକ୍ଷକ ଦାୟିତ୍ଵରେ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର ସମେତ୧୦ ଟି ସ୍ଥାନରେ ଚଢ଼ଉ ଚାଲିଛି। ଏହି ଚଢ଼ଉରେ ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Next Post

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ପଲାସା-କଟକ ଓ କଟକ- ପୁରୀ ପାସେଞ୍ଜର ଟ୍ରେନ୍ ବାତିଲ

Mon Jul 29 , 2024
ଭୁବନେଶ୍ୱର: ମଞ୍ଚେଶ୍ୱର ଷ୍ଟେସନ ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ୨ଟି ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ଏହାଛଡ଼ା ୬ଟି ଟ୍ରେନ୍ର ଯାତାୟତ ସମୟ ବି ବଦଳିଥିବା ଜଣାଯାଇଛି। ବାତିଲ ହୋଇଥିବା ଦୁଇ ଟ୍ରେନ୍ ହେଲା ପଲାସା-କଟକ ପାସେଞ୍ଜର ଓ କଟକ- ପୁରୀ ପାସେଞ୍ଜର ଟ୍ରେନ୍। ତେବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଥିବା ଏବଂ ଉଭୟ ଡାଉନ୍ ଓ ଅପ୍ ଲାଇନରେ ପୁଣି […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial