ମା’ହେଲା ମୌସୁମୀ : ଜନ୍ମିତ ୩ ଶାବକଙ୍କ ଭିତରୁ ଗୋଟିଏ ବଞ୍ଚିଛି

ବାରଙ୍ଗ: ବିଶ୍ୱ ବ୍ୟାଘ୍ରଦିବସରେ ପ୍ରଥମକରି ମା’ ହୋଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳାରଙ୍ଗର ବାଘୁଣୀ ମୌସୁମୀ। ଗତକାଲି ରାତି ୮ଟା ୫୧ ମିନିଟ୍‌ରେ ମୌସୁମୀ ରହିଥିବା କକ୍ଷ ମଧ୍ୟରେ ନିଜର ପ୍ରଥମ ଶାବକକୁ ଜନ୍ମ ଦେଇଥିବା ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ସିସିଟିଭି ଦେଖି ଜାଣିବାକୁ ପାଇ ଥିଲେ। ସାଧାରଣ ନାଲିରଙ୍ଗର ମହାବଳ ରାଜେଶ ସହିତ ମିଳନରୁ ଏହି ଶାବକଟି ଜନ୍ମ ହୋଇଛି। ବ୍ୟାଘ୍ର ଦିବସରେ ମୌସୁମୀ ଶାବକ ଜନ୍ମ ଦେଇଥିବା ଖବର ପ୍ରଚାରିତ ହେବାପରେ ଖୁସିର ଲହରି ଖେଳି ଯାଇଥିଲା। ମୌସୁମୀ ତା୩ପରେ ପରେ ଆହୁରି ଦୁଇଟି ସାଧାରଣ ନାଲିରଙ୍ଗର ଶାବକଙ୍କୁ ଜନ୍ମ ଦେଇଥିଲା। ହେଲେ ଜନ୍ମିତ ମୋଟ୍‌ ୩ଟି ଶାବକ ଭିତରୁ ୨ଟି ମୃତ ଅପସ୍ଥାରେ ଜନ୍ମ ହୋଇଥିଲେ। ବଞ୍ଚିଥିବା ଶାବକଟି ଅତ୍ୟନ୍ତ ଦୁର୍ବଳ ଥିବା ଜଣାପଡ଼ିଛି। ତା’କୁ ମା’ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରର ହ୍ୟାଣ୍ଡରିଅରିଂ କକ୍ଷ ବା ଲାଳନପାଳନକେନ୍ଦ୍ରକୁ ନିଆଯାଇ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏହି ଶାବକଟିକୁ ମିଶାଇ ନନ୍ଦନକାନନର ମୋଟ୍‌ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ସାଧାରଣ ନାଲିରଙ୍ଗର ୧୭ଟି (୮ ବାଘୁଣୀ, ୮ ମହାବଳ ଓ ୧ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ), ବିରଳ କଳାରଙ୍ଗର ୪ଟି ( ୩ ମହାବଳ ଓ ୧ବାଘୁଣୀ) ଓ ଧଳାରଙ୍ଗର ୫ଟି (୩ ମହାବଳ ଓ ୨ବାଘୁଣୀ) ଅଛନ୍ତି। ସୂଚନାଯୋଗ୍ୟ, ନିଜେ ମୌସୁମୀ ବି ଏହି ନନ୍ଦନକାନନରେ ଜନ୍ମ ହୋଇଛି। ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ସାଧରଣ ନାଲିରଙ୍ଗର ମହାବ ବାଘ ମନିଷ ଓ ଧଳାରଙ୍ଗର ବାଘୁଣୀ ସ୍ନେହାଙ୍କ ମିଳନରୁ ସେ ଜନ୍ମଲାଭ କରିଥିଲା।

Share Now:

Kalinga News Beuro

Next Post

୫୦ ହଜାର ଲାଞ୍ଚ ‌ନେଇ ଫସିଲେ ସହକାରୀ ଯନ୍ତ୍ରୀ

Wed Jul 31 , 2024
ଜଟଣୀ: ଆଜି ଜଟଣୀ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଭିଜିଲାନ୍‌ସ ପଞ୍ଝାରେ ଫସିଛନ୍ତି। ଜଣେ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି। ଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ଖଣ୍ଡଗିରିସ୍ଥିତ ବାସଭବନରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରି ଲାଞ୍ଚ ଆକାରରେ ନେଇଥିବା ୫୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ନିଜ ହେପାଜତକୁ ନେଇଛି। ଏଥିସହିତ ଭିଜିଲାନ୍‌ସ ଟିମ୍‌ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial