ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ପରିଣତ କରାଯିବା ଦାବି କରି ଆଞ୍ଚଳିକ ସ୍ୱାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଗୁନିଆ ବନ୍ଦ ଡାକରା ଦିଆଯାଇଅଛି। ଦୀର୍ଘ ୬୦ଦିନ ଧରି ସତ୍ୟାଗ୍ରହ କରିବା ପରେ ଆଜି ୧୦ ତାରିଖ ଠାରୁ ଏହି ବନ୍ଦକୁ ବିଭିନ୍ନ ଗ୍ରାମ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସହଯୋଗ ମିଳିଛି। ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆଠାରେ ରାସ୍ତା ଅବରୋଧ କରାଯାଇଛି। ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ, ଔଷଧ ଦୋକାନ, ମେଡ଼ିକାଲ ଆଦିକୁ ଛାଡି ଅନ୍ୟସବୁକୁ ବନ୍ଦ କରାଯାଇଛି। ଏପରିକି ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟିର ସଭାପତି ଲାଲା ବୀରେନ ରାୟ, ଶିବ ମୁନୀ, ଆଇନଜୀବୀ ସୁଶାନ୍ତ ରାୟ, ଶିକ୍ଷାବିତ ଭାଗିରଥୀ ପରିଡ଼ା, ଦେବାଶିଷ ସାହୁ ଓ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Next Post

ଯୌନ ଉଦ୍ଦୀପକ ଫଟୋ ପାଇଁ ନିଲମ୍ବିତ ହେଲେ ‘ବିବିସି’ ଉପସ୍ଥାପକ

Mon Jul 10 , 2023
ଲଣ୍ଡନ: ଯୌନ ଉଦ୍ଦୀପକ ଫଟୋ ନେବା ପାଇଁ ଜଣେ ୧୭ ବର୍ଷୀୟ ତରୁଣୀଙ୍କୁ ୩୫,୦୦୦ ପାଉଣ୍ଡ୍‌ ଦେଇଥିବା ଅଭିଯୋଗରେ ଜଣେ ‘ଷ୍ଟାର୍‌’ ଉପସ୍ଥାପକଙ୍କୁ ନିଲମ୍ବନ କରାଯାଇଥିବା କଥା ରବିବାର ଦିନ ‘ବିବିସି’ କହିଛି। ଇଂଲଣ୍ଡର ସଂସ୍କୃତି ମନ୍ତ୍ରୀ ଲୁସି ଫ୍ରେଜର୍‌ କହିଛନ୍ତି, ଏଥିପାଇଁ ପୂର୍ବରୁ ମୁଁ ‘ବିବିସି’ର ମହାନିର୍ଦ୍ଦେଶକ ଟିମ୍‌ ଡେଭାଇଙ୍କ ନିକଟରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲି। ଘଟଣା ଉପରେ ଗୁରୁତ୍ୱ ଦେଇ ‘ବିବିସି’ ତଦନ୍ତ କରୁଛି ବୋଲି […]
ନିଲମ୍ବିତ ହେଲେ ‘ବିବିସି’ ଉପସ୍ଥାପକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial