ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଲା

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୭ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ୨୮ଜଣ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି। ୬୫ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାର ୧୬, ନୟାଗଡ଼ ଜିଲ୍ଲାର ୭ଜଣ, ଖୋର୍ଦ୍ଧା ଜିଲ୍ଲାର ୩ଜଣ ଓ ଯାଜପୁର ଜିଲ୍ଲାର ୨ଜଣ ଗୁଜୁରାଟ ଫେରନ୍ତା ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୯୪, ବାଲେଶ୍ୱରରେ ୧୩୯, ଯାଜପୁରରେ ୨୫୩ , କଟକରେ ୮୬, ସୁନ୍ଦରଗଡ଼ରେ ୩୯ , ପୁରୀରେ ୮୫, କେନ୍ଦ୍ରାପଡ଼ାରେ ୬୧. ଅନୁଗୁଳରେ ୨୫ ,ଖୋର୍ଦ୍ଧାରେ ୧୧୦, ଦେବଗଡ଼ରେ ୨୪ , ଭଦ୍ରକରେ ୧୦୬, ନୟାଗଡ଼ରେ ୫୭, ଜଗତସିଂହପୁରରେ ୪୯, ନୂଆପଡାରେ ୧୪, ବଲାଙ୍ଗୀରରେ ୫୬, ବୌଦ୍ଧରେ ୩୩, ଅନୁଗୁଳରେ ୨୫, କେନ୍ଦୁଝରରେ ୨୧, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୧୬, କଳାହାଣ୍ଡିରେ ୧୫, କନ୍ଧମାଳରେ ୧୩, ଗଜପତିରେ ୧୦, କୋରାପୁଟରେ ୭, ଢେଙ୍କାନାଳରେ ୭, ଝାରସୁଗୁଡ଼ାରେ ୬, ସମ୍ବଲପୁରରେ ୭ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୨ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୫ରେ ନବରଙ୍ଗପୁରର ଓ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ କରୋନା ସଂକ୍ରମଣରେ ୭ଜଣଙ୍କର ପ୍ରାଣହାନି ଘଟିଛି।

Share Now:

Kalinga News Beuro

Next Post

୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୁଲିସ

Thu May 28 , 2020
ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଗୁରୁବାରଦିନ ୫୪୧ ବିଦେଶୀ ତବଲିଗି ଜମାତ ସଦସ୍ୟଙ୍କ ବିରୁଦ୍ଧରେ ୧୨ଟି ନୂଆ ଚାର୍ଜସିଟ ଦାଖଲ କରିଛି। ଏମାନେ ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ। ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଅର୍ଚ୍ଚନା ବେନିଓ୍ଵାଲାଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ଜୁନ ୨୫ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି। ପୂର୍ବରୁ ଦିଲ୍ଲୀ ପୁଲିସ ୩୭୪ ବିଦେଶୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial