କରୋନା ଟୀକା ବାହାରିବାକୁ ଆଉ ବର୍ଷେ ଲାଗିପାରେ:ନୋବେଲ ବିଜୟୀ ବୈଜ୍ଞାନିକ ଡୋହେର୍ଟି

ନୂଆଦିଲ୍ଲୀ : କରୋନା ଟୀକା ବାହାର କରିବା ଲାଗି ସମଗ୍ର ବିଶ୍ୱର ଗବେଷକମାନେ ଲାଗିପଡ଼ିଥିବା ବେଳେ ନୋବେଲ ବିଜେତା ଅଷ୍ଟ୍ରେଲୀୟ ବୈଜ୍ଞାନିକ ପିଟର ଚାର୍ଲସ ଡୋହେର୍ଟି କହିଛନ୍ତି ଯେ ଆସନ୍ତା ୯ରୁ ୧୨ ମାସ ପୂର୍ବରୁ ଲୋକଙ୍କ ପାଖରେ ଟୀକା ପହଞ୍ଚିବା ସମ୍ଭାବନା କମ। ସେ କହିଛନ୍ତି ଯେ ଯଦି ସବୁକିଛି ଠିକ ଚାଲେ ତେବେ ବର୍ତ୍ତମାନ ମାନବ ପରୀକ୍ଷଣ ସ୍ତରକୁ ପହଞ୍ଚିଥିବା ଟୀକାଗୁଡ଼ିକ ପ୍ରକୃତରେ କରୋନା ମୁକାବିଲା ପାଇଁ ପ୍ରଭାବୀ ଓ ସୁରକ୍ଷିତ କି ନା ତାହା ଆସନ୍ତା ସେପ୍ଟେମ୍ବର ଅକ୍ଟୋବର ସୁଦ୍ଧା ଜଣାପଡ଼ିବ। ଏହା ପରେ ଟୀକା ଲୋକଙ୍କ ପାଖରେ ପହଞ୍ଚିବାକୁ ଆଉ କିଛି ମାସ ଲାଗିଯିବ, କାରଣ ଅଳ୍ପ ଖର୍ଚ୍ଚରେ ସେଗୁଡ଼ିକର ସମୁହ ଉତ୍ପାଦନ କରିବାକୁ ହେବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇନଫ୍ଲୁଏନଜା ଭୁତାଣୁ ପରି କରୋନା ଭାଇରସ ଦ୍ରୁତ ଗତିରେ ବଦଳୁ ନାହିଁ। ଏଣୁ ଯେଉଁ ଟୀକା ବାହାରିବ ତାହା ସମସ୍ତଙ୍କ ଶରୀରରେ କାମ ଦେବ। ସେ କହିଛନ୍ତି ଯେ ଭାରତ ପରି ଜନବହୁଳ ଦେଶରେ ହଠାତ ଲକଡାଉନକୁ ଉଠାଇ ଦେବା ବା କୋହଳ କରିଦେବା ଆତ୍ମଘାତୀ ହେବ। କାରଣ ଏହା ଦ୍ୱାରା ସଂକ୍ରମଣ ହଠାତ ବଢିଯିବାର ଆଶଙ୍କା ରହିଛି । ତେବେ ସେ ସ୍ୱୀକାର କରିଛନ୍ତି ଯେ ଲକଡାଉନକୁ ଦୀର୍ଘ ଦିନ ଧରି ଲାଗୁ କରିବା ଅର୍ଥନୀତି ପାଇଁ ହିତକର ହେବ ନାହିଁ। ଏଣୁ ପର୍ଯ୍ୟାୟକ୍ରମେ ଲକଡାଉନ କୋହଳ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ନୂଆ ୯୬ଜଣ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର:୫୦ ମହାରାଷ୍ଟ୍ର ଫେରନ୍ତା

Sat May 30 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୯୬ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୯୬ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୫୦ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial