ରାସ୍ତା ଅବରୋଧ ପ୍ରତିବାଦରେ ତହସିଲ ଅଫିସ୍‌ ଘେରାଉ କଲେ ଆନ୍ଦେଳନକାରୀ

ଆଳି: ରାସ୍ତା ଅବରୋଧ ପ୍ରତିବାଦରେ ଗୁୁରୁବାର ପଦନୀପାଳ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ୍ବ ଲୋକ ଆଳି ତହସିଲ ଘେରାଉ କରି ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି। କନିକା ତହସିଲ ଅଧିନସ୍ଥ ପଦନୀପାଳର ପଡୋଶୀ ନମତରା ଗ୍ରାମବାସୀ ମାନେ ରାସ୍ତା କାଟି, ବାଡ ବୁଜି ଓ ଠେଙ୍ଗାବାଡି ଧରି ସଂଘବଦ୍ଧ ଭାବେ ପଦନୀପାଳ ଲୋକଙ୍କୁ ରାସ୍ତାରେ ଛାଡୁ ନଥିବାର ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି। ଦୁଇ ମାସ ହେଲା ରାସ୍ତା କାଟି ଯାତାୟତ ବନ୍ଦ କରିଥିବା ନମତରା ଗ୍ରାମବାସୀ ଗତ ୩ ଦିନ ହେଲା ରାସ୍ତାରେ ବାଡ ବୁଜି ଦେବା ଫଳରେ ଚାରିପଟରୁ ନଦୀ ଘେରରେ ଥିବା ପଦନୀପାଳ ପଞ୍ଚାୟତର ଦୈତ୍ୟାରୀପୁର, କଳମଡା ଶାସନ ଓ ପଦନୀପାଳ ଗ୍ରାମବାସୀ ଘରୁ ବାହାରି ପାରୁନାହାନ୍ତି। ଏପରିକି ନମତରା ଗ୍ରାମବାସୀମାନେ ସଂକଟାପନ୍ନ ରୋଗୀ ଓ ପ୍ରସବ ବେଦନାରେ ଥିବା ଜନୈକା ମହିଳାଙ୍କୁ ଡାକ୍ତରଖାନା ଛାଡି ନଥିବାର ଧାରଣାକାରୀ ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତା ଅବରୋଧ ହଟାଇବା ଦାବିରେ ୫୦୦ରୁ ଉର୍ଦ୍ଧ୍ବ ଧାରଣାକାରୀମାନେ ବସନ୍ତ ମହାନ୍ତି, ଗୁରୁ ଚରଣ ମହାନ୍ତି ଓ ଯଦୁମଣି ମଲିକଙ୍କ ନେତୃତ୍ୱରେ ଧାରଣାରେ ବସିରହିଛନ୍ତି।

Share Now:

Kalinga News Beuro

Next Post

୨୨ଶହ ଟଙ୍କାରେ କୋଭିଡ୍‌ ପରୀକ୍ଷା:ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

Fri Jun 26 , 2020
ଶନିବାରୁ ପୁରୀରୁ ଆରମ୍ଭ ହେବ ସିରୋଲୋଜିକାଲ ସର୍ଭେ, ଜୁଲାଇ ୧ରୁ ୪ ସ୍ଥାନରେ ପରୀକ୍ଷା ଭୁବନେଶ୍ବର : ଏଣିକି ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା କଲେ ରୋଗୀଙ୍କୁ ସର୍ବାଧିକ ୨୨ଶହ ଟଙ୍କା ଖର୍ଚ କରିବାକୁ ହେବ। ପୂର୍ବରୁ ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା ପାଇଁ ରୋଗୀଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial