କରୋନା ନେଇ ସଚେତନତା ସୃଷ୍ଟି କରିବାକୁ ବାହାରିଲା ୫ଗାଡ଼ି

ସଚେତନତା ଗାଡ଼ି

ଭୁବନେଶ୍ବର : ରାଜଧାନୀବାସୀ ଯେପରି କରୋନା ନେଇ ଭୟଭୀତ ହେବେନି, ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ପରୀକ୍ଷା କରିବେ, ନିକଟସ୍ଥ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗ‌ଣାରେ କରୋନା ପରୀକ୍ଷା କରିବେ, ସଦାବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ, ହାତ ଧୋଇ‌ବେ; ସେନେଇ ବିଏମ୍‌ସି ପକ୍ଷରୁ ଆଜିଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ରାଜଧାନୀବାସୀଙ୍କୁ ସଚେତନ କରାଯାଉ ନଥିବାରୁ ମାଗଣାରେ ବି ଲୋକ କରୋନା ପରୀକ୍ଷା କରୁନାହାନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠାରୁ ବିଏମ୍‌ସିର ୫ଟି ସ୍ବତନ୍ତ୍ର ଗାଡ଼ି ବାହାରିଛି। ରାଜଧାନୀର ବିଭିନ୍ନ ବସ୍ତି ଓ ଅଣବସ୍ତି ଅଞ୍ଚଳ ବୁଲିବା ସହ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି।

Share Now:

Kalinga News Beuro

Next Post

ବିଡମ୍ବନା : ସରକାରୀ ନିୟମ ମାନୁନାହାନ୍ତି ସବୁ ହସ୍ପିଟାଲ, କରୋନା ରିପୋର୍ଟରେ ରହୁନି ତାଳମେଳ

Fri Aug 14 , 2020
ମରୁଛନ୍ତି ରୋଗୀ ଓ ଭୋଗୁଛନ୍ତି ପରିବାର ଲୋକେ ଭୁବନେଶ୍ୱର : ହସ୍ପିଟାଲ‌‌‌ରେ ଆଡମିସନ୍ ହୋଇ ଚିକିତ୍ସିତ ହେବାକୁ ଥିବା ପ୍ରତ୍ୟେକ ରୋଗୀଙ୍କ କରୋନା ପରୀକ୍ଷା କରାଯିବ। ପଜିଟିଭ୍ ବାହାରିଲେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବେ, ନଚେତ୍‌ ଉକ୍ତ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ସେଠାରେ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ ବିଭାଗ ଏହି ନିୟମ କରିଛି। ଏପରିକି କୌଣସି ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନ ଫେରାଇବାକୁ ନିୟମ ହୋଇଛି। ହେଲେ ସରକାରଙ୍କ […]
କରୋନା ପଜିଟିଭ୍ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial