ଅଭାବନୀୟ: ପାଣିରେ ବୁଡ଼ି ପୁଣି ଏକ ଛୁଆହାତୀର ମୃତ୍ୟୁ

ପାଣିରେ ବୁଡ଼ି ଛୁଆହାତୀର ମୃତ୍ୟୁ

ହେମଗିରି: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବନଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଅଞ୍ଚଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ହେମଗିରି ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆ(ଛୋଟ ପୋଖରୀ)ରେ ଏକ ଛୁଆ ହାତୀ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ ବୋଲି କୁହାଯାଉଛି। ଗାଁ ପାଖ ସଂଲଗ୍ନ ଜଙ୍ଗଲରୁ ଏକ ୬/୭ ଜଣିଆ ହାତୀପଲ ଗତ ରାତିରେ ଚାଷଜମିରେ ପଶିଥିଲେ। ଛୁଆହାତୀଟି ଗାଡ଼ିଆରେ ପଡ଼ିଯାଇ କାଦୁଅରେ ଫସି ଯାଇଥିଲା। ସେହି ଛୁଆହାତୀର ମା’ ଓ ଅନ୍ୟ ହାତୀମାନେ କାଦୁଅରେ ଫସିଥିବା ତାକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟ ମଧ୍ୟରେ ଛୁଆହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଏହି ହାତୀମାନେ କିଛି କ୍ଷୟକ୍ଷତି କରିନାହାନ୍ତି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛୁଆହାତୀର ମୃତ ଦେହକୁ କାଦୁଅରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଉଥିବା ଜଣାଯାଇଛି। ଏଭଳି ଘଟଣା ହେମଗିରି ବନଖଣ୍ଡ ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୭ ମସିହାରେ ଏହି ହେମଗିରି ବନଖଣ୍ଡ ଅଞ୍ଚଳରେ ଟ୍ରେନରେ କଟି ଏକ ମାଈ ହାତୀର ପ୍ରାଣହାନି ଘଟିଥିଲା। ହେମଗିରି ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କୁ ନିୟମିତ ଦେଖିବାକୁ ମିଳୁଥିଲେ ବି ସେମାନେ ସୁରକ୍ଷିତ ଥିବା କୁହାଯାଉଛି। ଏହି ଅଭାବନୀୟ ଘଟଣା ହେମଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share Now:

Kalinga News Beuro

Next Post

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ : ଭୁବନେଶ୍ୱର ୨୩୩ ର‍୍ୟାଙ୍କ , ଦାୟୀ କିଏ?

Fri Aug 21 , 2020
ଆସନ୍ତାବର୍ଷ ଭଲ ର‍୍ୟାଙ୍କ ପାଇବୁ: ବିଏମ୍‌ସି କମିସନର ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ସର୍ବଭାରତୀୟସ୍ତରରେ ୨୩୩ ର‍୍ୟାଙ୍କ ମିଳିଥିବା ବେଳେ ରାଜ୍ୟରେ ୫ମ ସ୍ଥାନରେ ଅଛି। ରାଜ୍ୟର ସବୁଠୁ ସ୍ବଚ୍ଛ ସହର ଭଳି ଭୁବନେଶ୍ବର ଦେଖାଯାଉଛି, ସହରକୁ ସ୍ୱଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦ କୋଟି ଖର୍ଚ୍ଚ ହେଉଛି, ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ଯାନ୍ତ୍ରିକ ସଫେଇ ବି ହେଉଛି। ରାଜ୍ୟର ଅନ୍ୟ […]
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଭୁବନେଶ୍ୱର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial