ଭିୱାଣ୍ଡିରେ ତିନି ମହଲା କୋଠା ଭୁଶୁଡ଼ି ୮ ମୃତ : ଉଦ୍ଧାରକାର୍ଯ୍ୟ ଜାରି

କୋଠା ଭୁଶୁଡ଼ିବା ଘଟଣା

ମୁମ୍ବାଇ: ମହାରାଷ୍ଟ୍ରର ଭିୱାଣ୍ଡିରେ ଥିବା ତିନି ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ୍) ଦ୍ୱାରା ଜଣେ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଡଜନେ ଲୋକ ଏବେ ବି ଆବର୍ଜନା ତଳେ ଫସି ରହିଛନ୍ତି ବୋଲିଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସହରର ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ସକାଳେ କୋଠାଟି ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୨୦ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାର୍ଯ୍ୟ ସମ୍ପୂର୍ଣ୍ଣ ହେଲାପରେ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇପାରିବ ବୋଲି ଜଣାପଡିଛି।

Share Now:

Kalinga News Beuro

Next Post

ଦିଅର-ଭାଉଜ ପ୍ରେମକୁ ବିରୋଧ କରି କଙ୍ଗାରୁକୋର୍ଟ : ଜୋତାମାଳ ପିନ୍ଧାଇ ଗାଁରୁ ବାସନ୍ଦ କଲେ

Mon Sep 21 , 2020
ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଫକରପଡ଼ାରେ ଦିଅର ଭାଉଜର ପ୍ରେମକୁ ପ୍ରତିବାଦ କରି କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟରେ ଉଭୟଙ୍କୁ ଚପଲମାଳ ପିନ୍ଧାଇବା ସହିତ ଗାଁରୁ ବାସନ୍ଦ କରିଛନ୍ତି। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ରାଜଗାଙ୍ଗପୁର ପୁଲିସ ତତ୍ପର ହୋଇ ଉଠିଥିଲେ। ରାଜଗାଙ୍ଗପୁର ଏସ୍‌ଡ଼ିପିଓ ସଦଳବଳ ଯାଇ ଦିଅର ଭାଉଜଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ କଙ୍ଗାରୁ କୋର୍ଟରେ ବସି ସମାଧାନ କରିଥିବା ସରପଞ୍ଚଙ୍କ […]
ଭାଉଜ-ଦିଅର ପ୍ରେମ

ଆହୁରି ପଢ଼ନ୍ତୁ