ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର: ଥାନାରେ ମାମଲା

ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ୍‌ ନିଜ ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସମ୍ପର୍କୀୟଙ୍କ ସହ ମିଶି ଶରତ ବାଗ୍ ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି। ପୂର୍ବରୁ ଶରତ ବାଗ୍‌ ବଲାଙ୍ଗିରରେ ଅବସ୍ଥାପିତ ଥିବା ବେଳେ ଶରତ ବାଗ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ଡେପୁଟି କଲେକ୍ଟର ଶରତ ବାଗ୍‌ କିମ୍ବା ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

Share Now:

Kalinga News Beuro

Next Post

ମହାରାଷ୍ଟ୍ର ରାଜନୀତିରେ ଝଡ: ଫଡନବିସ ଓ ସଂଜୟ ରାଉତ ଭେଟାଭେଟି ବିବାଦ

Sun Sep 27 , 2020
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ। ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ। ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା କଥା ଚର୍ଚ୍ଚା ହେଉଛି। ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ଯେ, ଏନଡିଏ ମେଣ୍ଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି? ଏନଡିଏର ପୁରୁଣା ସହଯୋଗୀ ପଞ୍ଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି […]
ମହାରାଷ୍ଟ୍ର ରାଜନୀତିରେ ଝଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial