ଜୁଆ ଆଡ୍ଡା ଚଢ଼ାଉ ବେଳେ ପୁଲିସକୁ ମାଡ଼: ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଆହତ

ଜୁଆ ଆଡ୍ଡା ଚଢ଼ାଉ ବେଳେ ପୁଲିସକୁ ମାଡ଼

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମେରାମାହା ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିବା ବେଳେ ଗ୍ରାମବାସୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଆକ୍ରମଣରେ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଆହତ ହୋଇଛନ୍ତି। ଆହତ ଥାନା ଅଧିକାରୀଙ୍କ ନାମ ରଂଜିତ କୁମାର ମୁନି। ଏହି ଘଟଣା‌ରେ ସମ୍ପୃକ୍ତ ଥିବା ୬ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, କୁମାର ପୂର୍ଣ୍ଣମୀ ଅବସରରେ ମେରାମାହା ଗାଁ ଦାଣ୍ଡରେ ଜୁଆଖେଳ ଚାଲିଥିବା ସମ୍ପର୍କରେ ପୁଲିସ ବିଶେ‌ଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଉକ୍ତ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିଲା। ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ସଙ୍ଘବଧ ଭାବେ ପୁଲିସ ଉପରକୁ ଆକ୍ରମଣ କରିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀଙ୍କ ମାଡ଼ରେ ଥାନା ଅଧିକାରୀ ରଂଜିତ କୁମାର ମୁନି ଆହତ ହୋଇଥିବା ଜଣାପଡିଛି। ଗିରଫ ଭୟରେ ମେରାମାହା ଗାଁ ଜନଶୂନ୍ୟ ହୋଇଯାଇଥିବା ବେଳେ କେତେକ ଲୋକ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ: ୧୧ଜଣଙ୍କ ପ୍ରାଣହାନି

Sun Nov 1 , 2020
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫କୁ ବୃଦ୍ଧି ଭୁବନେଶ୍ବର: ଆଜି ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା […]
ରାଜଧାନୀରେ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial