ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଅଘଟଣ : ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆତ୍ମହତ୍ୟା ଉଦ୍ୟମ

କୋରାପୁଟ: ଗୁଳି ଫୁଟି କୋରାପୁଟରେ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି। ଅସାବଧାନତାବଶତଃ ଗୁଳି ଫୁଟିଛି ନା, ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଗୁରୁତର ଆହତ ପୁଲିସ କର୍ମଚାରୀ ନରେନ୍ଦ୍ର ବିଶ୍ୱାଳଙ୍କୁ ତୁରନ୍ତ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ଏସପି, ଡିଆଇଜି ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଅବସ୍ଥାରେ ଅବନତି ଦେଖାଯିବା ପରେ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ସାଢ଼େ ୧୧ଟା ସମୟରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ଗୁଳି ନରେନ୍ଦ୍ର ବିଶ୍ବାଳଙ୍କ ବାଜି ବାମ ପଟ ମୁହଁରେ ଗୁରୁତର ଆଘାତ ଲାଗିଛି। ସେ ଡେପୁଟି ସୁବେଦାର ଶ୍ରେଣୀ ଅଧିକାରୀ ଭାବେ କାମ କରୁଛନ୍ତି। ପୁଲିସ ପକ୍ଷରୁ ସ୍ପଷ୍ଟ କରାଗଲେ ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ।

Share Now:

Kalinga News Beuro

Next Post

ସ୍ଥଳଭାଗ ଅତିକ୍ରମ କଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

Thu Jul 27 , 2023
ଭୁବନେଶ୍ୱର : ବଙ୍ଗୋପାସାଗରରେ ସୃଷ୍ଟ ଲଘୁଚାପ ସ୍ଥଳଭାଗ ଅତିକ୍ରମ କରିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି ବୋଲି ସ୍କାଏମେଟ୍ କହିଛି। ତେବେ ଏହା ପୂର୍ବାପେକ୍ଷା ଟିକିଏ ଦୁର୍ବଳ ହୋଇଯାଇଛି ଓ ଏହି କାରଣରୁ ଏହା ମଧ୍ୟପ୍ରଦେଶ, ମହାରାଷ୍ଟ୍ର କିମ୍ବା ଗୁଜରାଟ ଆଡ଼କୁ ଗତି କରିବାର ସମ୍ଭାବନା କମ ହୋଇଯାଇଛି। ବରଂ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ […]
ସ୍ଥଳଭାଗ ଅତିକ୍ରମ କଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial