ଆଜି ଦେଶର ଦୁଇ ଜନନାୟକ ‘ଗାନ୍ଧୀ-ଶାସ୍ତ୍ରୀ’ଙ୍କୁ ଝୁରୁଛି ଦେଶ

ଦେଶର ଦୁଇ ଜନନାୟକ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର ଦିନରେ ୧୮୬୯ ମସିହାରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ। ସତ୍ୟ ଏବଂ ଅହିଂସା ମହାତ୍ମା ଗାନ୍ଧିଙ୍କ ଥିଲା ଦୁଇ ମୂଳ ମନ୍ତ୍ର। ଗାନ୍ଧି ଜୟନ୍ତୀ ଅବସରରେ ଆଜି ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେହିପରି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ। ବିଜୟ ଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଲାଲବାହାଦୁରଙ୍କ ପରିବାର ବି ବିଜୟ ଘାଟରେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଶାସ୍ତ୍ରୀ। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ଲାଲ ବାହାଦୂରଙ୍କ ଶାସ୍ତ୍ରୀଙ୍କ ସ୍ଲୋଗାନ ଥିଲା ଜୟ ଯବାନ ଜୟ କିଶାନ। ଯାହା ତାଙ୍କୁ ଚିରଦିନ ପାଇଁ ଆମର କରି ରଖିବ। ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ। ଆଜିର ଏହି ପବିତ୍ର ଦିନରେ ଭାରତ ମାତାର ଦୁଇ ମହାନ ଜନନାୟକଙ୍କୁ କଳିଙ୍ଗ ନିଉଜ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

Share Now:

Kalinga News Beuro

Next Post

ଲଘୁଚାପ ପ୍ରଭାବ : ୪ ଜିଲ୍ଲାରେ ଅତି ପ୍ରବଳ ଓ ୧୨ ଜିଲ୍ଲାରେ ପ୍ରବଳ ବର୍ଷା‌ ସମ୍ଭାବନା

Sat Oct 3 , 2020
ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ୪ ଟି ଜିଲ୍ଲାରେ ଅତି ପ୍ରବଳ ଓ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ , କନ୍ଧମାଳ , କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା, କଟକ, ଗଜପତି, ରାୟଗଡା, […]
ଲଘୁଚାପ ପ୍ରଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial