ଗୃହରେ କରୋନା ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ

କୋଭିଡ ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ

ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର: ସରକାର ଯାଞ୍ଚ କରିବେ କୋଭିଡ୍ ହସ୍ପିଟାଲର ସ୍ଥିତି। କେମିତି ଚାଲିଛି କୋଭିଡ ପରିଚାଳନା, ତାହା ବି ଯାଞ୍ଚ ହେବ। ବିଭାଗୀୟ ମନ୍ତ୍ରୀ ଏକ ଟିମ୍ ଗଠନ କରି ସ୍ଥିତି ଯାଞ୍ଚ କରିବା ପାଇଁ ବିଧାନସଭାରେ ରୁଲିଂ ଦେଇଛନ୍ତି ବାଚସ୍ପତି। ବିଧାନସଭାରେ କୋଭିଡ ହସ୍ପିଟାଲ ପରିଚାଳନାରେ ଅବ୍ୟବସ୍ଥା ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରିଥିଲେ ବିଧାୟକ। ବିଧାୟକଙ୍କ ଅଭିଯୋଗକୁ ଆଧାର କରି ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ସ୍ଥିତି ଯାଞ୍ଚ କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି। ବିଧାନସଭା ଅଧିବେଶନ ବେଳେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରଥିଲେ ବିରୋଧୀ। ଏ ନେଇ ଗୃହରେ ବିରୋଧୀ ପକ୍ଷ ବିଭିନ୍ନ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ଆଜି ବାଚସ୍ପତି ହସ୍ପିଟାଲ ଯାଞ୍ଚ କରିବାକୁ ରୁଲିଂ କରିଛନ୍ତି।

Share Now:

Kalinga News Beuro

Next Post

ରାହୁଲ‌ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚଜଣ କଂଗ୍ରେସ ନେତାଙ୍କୁ ହାଥ‌ରସ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଅନୁମତି

Sat Oct 3 , 2020
ନୂଆଦିଲ୍ଲୀ: ହାଥ‌ରସ‌ର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ଲାଗି ଶନିବାର ଦିନ ଉତ୍ତରପ୍ରଦେଶ ପ୍ରଶାସନ କଂଗ୍ରେସ ନେତା ରାହୁଲ‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁମତି ପ୍ରଦାନ କରିଛି। ସେମାନଙ୍କ ସାଥୀରେ ଅନ୍ୟ ତିନିଜଣ କଂଗ୍ରେସ ନେତା ମଧ୍ୟ ଯିବେ। କେ ସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଏବଂ ପିଏଲ୍‌ ପୁନିଆ ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସହ ଯାଇପାରନ୍ତି ବୋଲି ଆଶା କରାଯାଉଛି। ଯିବା ପୂର୍ବରୁ […]
ରାହୁଲ୍‌ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚଜଣ କଂଗ୍ରେସ ନେତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial