ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ନନ୍ଦନକାନନ

ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ

ବାରଙ୍ଗ : ଦୀର୍ଘ ୭ ମାସ ପରେ ଆଜି‌ ରବିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଛି। ଠିକ୍ ସକାଳ ୮ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ତେବେ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇ ସାରିଛି। ଆଜି ରବିବାର ଛୁଟି ଦିନ ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଛି। ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ସଂଖ୍ୟା ସ୍ପଷ୍ଟ ହୋଇନଥିଲେ ମଧ୍ୟ ରବିବାର ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଜଣାପଡ଼ିଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତଭାବେ ବୁଲାଇ‌ବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଟିକେଟ୍‌ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହାତ ମେସିନ୍‌ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ‌ ଲଗାଯାଇଛି। ସେହିଭଳି ପର୍ଯ୍ୟଟକଙ୍କ ଶରୀର ତାପମାତ୍ରା ମାପି ଭିତରକୁ ଛାଡ଼ିବା ପାଇଁ ତାପମାତ୍ରା ମାପକ ଯନ୍ତ୍ର ରଖାଯାଇଛି। ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକଭାବେ ମୁହଁରେ ମାସ୍କ ଲଗାଇ ଧାଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରି ବୁଲି ଦେଖିବାକୁ ପଡ଼ିବ। ଖିଲାପ କଲେ ଜରିମାନା କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ତଦାରଖ ଲାଗି କର୍ମଚାରୀ ମୁତୟନ ରହିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଲଘୁଚାପଜନିତ ବର୍ଷାରେ ଭାସିଲା ରାଜଧାନୀ: ଅଢ଼େଇ ଘଣ୍ଟାରେ ୪୩.୬ମିମି ବର୍ଷା

Sun Oct 4 , 2020
ଭୁବନେଶ୍ୱର : ଲଘୁଚାପଜନିତ ବର୍ଷାରେ ଆଜି ପୂରା ରାଜଧାନୀ ଉବୁଟୁବୁ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା କାଳ ଲଗାଣ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ଆଜି ଘଣ୍ଟାକୁ ୨୦ରୁ ୩୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। ସକାଳୁ ପାଗ ଶୁଖିଲା ଥିଲେ ହେଁ ମଧ୍ୟାହ୍ନ ୧୨ଟାରୁ ଆକାଶ ମେଘାଚ୍ଛନ୍ନ ହୋଇଯାଇଥିଲା। ପବନ ସାଙ୍ଗକୁ କଳାହାଣ୍ଡିଆ ମେଘ ଚତୁର୍ଦ୍ଦିଗ ଅନ୍ଧାର କରିଦେଇଥିଲା। ତୁହାକୁତୁହା […]
ବର୍ଷାରେ ଭାସିଲା ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial