କେଉଁ ସମୟରେ ସିଗାରେଟ୍ ଟାଣିବା ଅଧିକ କ୍ଷତିକାରକ ଆସନ୍ତୁ ଜାଣିବା !

ସିଗାରେଟ ଟାଣିବା ଏହା ଶରୀରର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ କିଛି ଏପରି ସମୟ ଅଛି ଯେତେବେଳେ ସିଗାରେଟ୍ ଟାଣିଲେ ଅଧିକ କ୍ଷତି ହୋଇଥାଏ। ଯଦି ସିଗାରେଟ୍ ଟାଣିବା ଆପଣ ଛାଡ଼ିପାରୁ ନାହାଁନ୍ତି, ତେବେ ଏହି ସମୟରେ ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

୧- କିଛି ଲୋକଙ୍କ ଖାଇବା ପରେ ସିଗାରେଟ୍ ଟାଣିବାର ଭ୍ୟାସ ରହିଥାଏ। ଆପଣ ଜାଣନ୍ତି କି, ଏହି ସମୟରେ ସିଗାରେଟ୍‌ର ପ୍ରଭାବ ୧୦ ଗୁଣା ଅଧିକ ପଡ଼ିଥାଏ। ଏହି ସମୟରେ ଟାଣିଥିବା ସିଗାରେଟ ଅନ୍ୟ ସମୟରେ ଟାଣିଥିବା ୧୦ଟି ସିଗାରେଟ୍ ସହ ସମାନ। ତେଣୁ ଖାଇବା ପରେ ଭୁଲରେ ବି ସିଗାରେଟ୍‌ ଟାଣନ୍ତୁ ନାହିଁ।

୨- ଆଉ କିଛି ଲୋକ ସକାଳୁ ଉଠି ସିଗାରେଟ୍ ଟାଣିବାକୁ ଭଲ ପାଆନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଗ୍ୟାସ ସମସ୍ୟା ହେବା ସହ ପାଚନ କ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

୩- କିଛି ଲୋକ ସିଗାରେଟ୍‌ ସହ ଚା ପିଇବାକୁ ପସନ୍ଦ କରନ୍ତି। ହେଲେ ଏହା ଆପଣଙ୍କ ପାଇଁ ଘାତକ ସାଜିପାରେ। କାରଣ ଏହି ସମୟରେ ଆପଣ ଦୁଇଟି ଯାକ ବିଷାକ୍ତ ପଦାର୍ଥ ନିକୋଟିନ୍ ଓ କ୍ୟାଫିନ୍‌କୁ ଏକାସାଙ୍ଗରେ ସେବନ କରୁଛନ୍ତି।

୪- ସିଗାରେଟ୍‌ ସହ ଏହାର ଧୁଆଁ ମଧ୍ୟ ଅନେକ କ୍ଷତିକାରକ। ସିଗାରେଟ୍‌ରୁ ଆପଣଙ୍କ ଶରୀରର କ୍ଷତି ହେବା ସହ ସାମ୍ନାରେ ବସିଥିବା ଲୋକର ଶରୀରକୁ ଏହାର ଧୂଆଁ ପ୍ରବେଶ କରି କ୍ଷତି କରିଥାଏ। ତେଣୁ ଲୋକାରଣ୍ୟ ସ୍ଥାନରେ ସିଗାରେଟ୍‌ ଟାଣନ୍ତୁନ୍ତୁ ନାହିଁ।

୫- ସିଗାରେଟ୍ ଟାଣିଲେଲେ କାଶ ହୋଇଥାଏ। କିନ୍ତୁ ଏହା ସେତେବେଳେ ଅଧିକ ହୋଇଥାଏ, ଯେତେବେଳେ ଆପଣ କୋଲ୍ଡ ଡ୍ରିଙ୍କ ସହ ସିଗାରେଟ୍‌ ପିଅନ୍ତି।

୬- ଅନେକ ଲୋକଙ୍କୁ ମଦ ସହ ସିଗାରେଟ୍ ଟାଣିବାକୁ ଭଲ ଲାଗେ। ଏହା ସବୁଠୁ ଅଧିକ କ୍ଷତିକାରକ। କାରଣ ଆଲ୍‌କହଲର ପ୍ରଭାବ ଲିଭର ଓ ହାର୍ଟ ଉପରେ ପଡ଼ିଥାଏ। ସେହିପରି ସିଗାରେଟ୍‌ର ପ୍ରଭାବ ଫୁସ୍‌ଫୁସ୍‌ ଓ ହାର୍ଟ ଉପରେ ପଡ଼ିଥାଏ। ଏହି ଦୁଇଟି ଯାକ କ୍ୟାନସରର କାରଣ ହୋଇଥାନ୍ତି। ତେଣୁ କେବେ ହେଲେ ଏକା ସାଙ୍ଗରେ ମଦ ଓ ସିଗାରେଟ୍ ସେବନ କରନ୍ତୁ ନାହିଁ।

Share Now:

Kalinga News Beuro

Leave a Reply

Next Post

‘ପ୍ୟାର୍‌ ଅଲଗା ପ୍ରକାର’ରେ ଜ୍ୟୋତି ଓ ଝିଲିକ୍‌

Thu Apr 12 , 2018
ଚନ୍ଦ୍ରଶେଖରପୁର : ଦୁଇଟି ଲଗାତାର ହିଟ୍‌ ଫିଲ୍ମ ଭେଟି ଦେଇଥିବା ଓଲିଉଡ୍‌ ହିଟ୍‌ ଯୋଡ଼ି ଜ୍ୟୋତି ଓ ଝିଲିକ୍‌ଙ୍କୁ ଦେଖିବାକୁ ମିଳିବ ଆଉ ଏକ ଫିଲ୍ମରେ। ଆଜି ଓଡିଏମ୍‌ ସ୍କୁଲ୍‌ ମନ୍ଦିର ପରିସରରେ ଏହି ଫିଲ୍ମର ମହୁରତ ହୋଇଯାଇଛି। ପ୍ରଯୋଜକ ବିବେସିତା ଘଡ଼ାଇଙ୍କ ନୂଆ ଚଳଚ୍ଚିତ୍ର ‘ପ୍ୟାର୍‌ ଅଲଗା ପ୍ରକାର’ରେ ଦର୍ଶକମାନେ ପ୍ରେମ କାହାଣୀର କିଛିଟା ଅଲଗା ସ୍ୱାଦ ଦେଖିବାକୁ ପାଇବେ। ଏହାର ମୁଖ୍ୟ ଭୂମିକାରେ ନଟଖଟ ନାୟକ ଜ୍ୟୋତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial