ତିହିଡି : ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ତିନୋଟି ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ବୀମାରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ତିହିଡି ଶାଖା ପରିସରରେ ସୋମବାର ଦିନ ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ,ବର୍ଷକୁ ମାତ୍ର ୨୬୬ ଟଙ୍କା ଦେଇ କୃଷକ ବୀମା କରିଥିବା କୃଷକ ଯଦି କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ସେମାନଙ୍କ ପରିବାରକୁ ୫ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରାଯାଇଥାଏ। ଏଥିପାଇଁ କୃଷକମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହୁଅନ୍ତୁ ବୋଲି ସେ କହିଥିଲେ। ଏହି ସଭାରେ ରିଜିଓନାଲ ମ୍ୟାନେଜର ଅଶ୍ୱିନୀ କୁମାର ନାୟକ ଯୋଗ ଦେଇ ସମବାୟ ବ୍ୟାଙ୍କ ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ କୃଷକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଉଛି ବୋଲି କହିଥିଲେ। ଏଥିରେ ଏଆରସିଏସ ସନ୍ତୋଷ କୁମାର ଦାସ ,ବୋର୍ଡ ସଦସ୍ୟ କମଳାକାନ୍ତ ଦାସ , ସିଇଓ ସଞ୍ଜୟ କୁମାର ଦାସ ପାଳିଆବିନ୍ଧା ସମବାୟ ସମିତିର ପୂର୍ବତନ ସଭାପତି ସୁଧନୱା ନାୟକ , ସମ୍ପାଦକ ସଞ୍ଜୟ କୁମାର ନାୟକ , ଅଣ୍ଡରାଇ ସମବାୟ ସମିତିର ପୂର୍ବତନ ସଭାପତି ବାପୁଜୀ ପରିଡା , ସମ୍ପାଦକ ଶେଷାଦେବ ପରିଡା , ବାରସର ସେବା ସମବାୟ ସମିତିର ସମ୍ପାଦକ ସତ୍ୟଭାମା ବିଶ୍ୱାଳ ଓ ବ୍ୟାଙ୍କ ସୁପରଭାଇଜର ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମିତିର କୃଷକ ରଘୁନାଥ ବାରିକ ,ବାରସର ସମିତିର କୃଷକ ପ୍ରକାଶ ମହାପାତ୍ର ଓ ଅଣ୍ଡରାଇ ସମବାୟ ସମିତିର ଦୀନବନ୍ଧୁ ଜେନା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ପତ୍ନୀ ସୁଲୋଚନା ବାରିକ ,ଗୀତାଞ୍ଜଳି ମହାପାତ୍ର ଓ ମାନସୀ ଜେନାଙ୍କୁ ବ୍ୟାଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଲେଖାଏଁ ବୀମାରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ସମବାୟ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ

Share Now: