ଜାନୁଆରୀ ୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍

ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ୧୨ରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ୍‌ଜେଟ୍ ବିମାନ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ। ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୨ରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ନେଇ ଟ୍ୱିଟ୍‌ ସ୍ପାଇସ୍‌ଜେଟ୍‌କୁ ଧନ୍ୟବାଦ ଜଣାଇଛନ୍ତି ଉଷା ପାଢୀ। ବିମାନ ଉଡ଼ାଣ ଦ୍ୱାରା ପଶ୍ଚିମ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବା ସହ ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ପୂର୍ବରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍‌ଜେଟ୍ ହାଇଦ୍ରାବାଦ, କୋଲକାତା ଏବଂ ନୂଆଦିଲ୍ଲୀକୁ ବିମାନ ସେବା ଆରମ୍ଭ କରିଥିଲା। ତେବେ କରୋନା ମୁକାବିଲା ପାଇଁ ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା। ସେହିପରି ଗତବର୍ଷ ମଧ୍ୟ ଝାରସୁଗୁଡ଼ା ବିମାନ ବନ୍ଦରରୁ ଆଲିଆନ୍ସ ଏୟାର ଏହାର ବିମାନ ସେବା ଆରମ୍ଭ କରିଥିଲା। ୭ଜଣ ଯାତ୍ରୀଙ୍କୁ ନେଇ ବିମାନଟି କୋଲକାତାରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲା। ଅନ୍ୟପକ୍ଷରେ, ବିମାନ ବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବା ପୂର୍ବରୁ ଏହାକୁ ଝାରସୁଗୁଡ଼ା ବିମାନବନ୍ଦର କୁହାଯାଉଥିଲା। ତେବେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମକରଣ କରିବାକୁ ରାଜ୍ୟ ସରକାର ଦାବି କରି ଆସୁଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଶେଷରେ ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ନାମିତ ହୋଇଥିଲା।

Share Now:

Kalinga News Beuro

Next Post

ଲଣ୍ଡନ୍‌ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରିକଲେ ସରକାର

Sat Jan 2 , 2021
ନିଜ ଖର୍ଚ୍ଚରେ ‘ଆର୍‌ଟିି-ପିସିଆର୍‌’ ପରୀକ୍ଷା ଏବଂ ୧୪ ଦିନିଆ କ୍ୱାରେଣ୍ଟିନ୍ ନୂଆଦିଲ୍ଲୀ: ଜାନୁଆରି ୮ ତାରିଖରୁ ଆଂଶିକଭାବେ ଇଂଲଣ୍ଡ୍‌ ଓ ଭାରତ ମଧ୍ୟରେ ପୁଣି ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଶନିବାର ଦିନ କେନ୍ଦ୍ର ସରକାର ସମ୍ପୃକ୍ତ ବିମାନଯାତ୍ରୀମାନଙ୍କ ଲାଗି ‘ଏସ୍‌ଓପି’ ଜାରି କରିଛନ୍ତି। ଇଂଲଣ୍ଡ୍‌ରୁ ସଂକ୍ରମିତ ହେଉଥିବା ନୂତନ କୋଭିଡ୍‌-୧୯ ‘ଷ୍ଟ୍ରେନ୍‌’ ଦେଶରେ ବ୍ୟାପୁଥିବାରୁ ସରକାର ଇଂଲଣ୍ଡ୍‌କୁ ବିମାନ ଚଳାଚଳ ସଂଖ୍ୟା ସୀମିତ କରିବା ସହ […]
ଲଣ୍ଡନ୍‌ ଫେରନ୍ତାଙ୍କ ପାଇଁ ଏସ୍‌ଓପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial