ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ଶିକ୍ଷକ

ଭୁବନେଶ୍ୱର: ଗତ କିଛି ଦିନ ହେବ ଜାରି ରହିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜି ସରକାର ଓ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ଆନ୍ଦୋଳନରୁ ହଟିବା ସହ ଯୁକ୍ତ ଦୁଇ ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବାକୁ ସଂଘର ଆବାହକ ପବିତ୍ର ମାହାଲା ଘୋଷଣା କରିଛନ୍ତି। ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ ଶିକ୍ଷକ ଓ ଅଧ୍ୟାପକ ସଂଘ ମଧ୍ୟରେ ବିସ୍ତୁତ ଆଲୋଚନା ହୋଇଥିଲା।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି“ ଶିକ୍ଷକ ଓ ଅଧ୍ୟାପକ ସଂଘ ୩ଟି ଦାବି ରଖିଛନ୍ତି। ଦାବି ପୂରଣ ନେଇ ଚେଷ୍ଟା କରାଯିବ। ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସେମାନଙ୍କୁ ଅନୁରୋଧ କରିଛୁ। ସଂଘର ପ୍ରତିନିଧି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଛନ୍ତି।”

ସେହିପରି ବୈଠକ ପରେ ସଂଘର ଆବାହକ ପବିତ୍ର ମହଲା କହିଛନ୍ତି,“ ୩ ମାସ ମଧ୍ୟରେ ଦାବି ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।”

Share Now:

Kalinga News Beuro

Leave a Reply

Next Post

ମହଙ୍ଗା ପଡ଼ିଲା କାଠୁଆ ପୀଡ଼ିତାଙ୍କ ପରିଚୟ ପ୍ରକାଶ, ୧୦ ଲକ୍ଷ ଲେଖାଏଁ ଜରିମାନା ଗଣିବେ ୧୨ ଗଣମାଧ୍ୟମ ସଂସ୍ଥା

Thu Apr 19 , 2018
ନୂଆଦିଲ୍ଲୀ: ତଣ୍ଡ ଗଣିବେ ଗଣମାଧ୍ୟମ ସଂସ୍ଥାର ମାଲିକ। ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀରର କାଠୁଆ ଗଣଦୁଷ୍କର୍ମ ହତ୍ୟା ଘଟଣାର ୮ ବର୍ଷର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାରୁ ୧୨ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତେବେ ୧୨ଟି ସଂସ୍ଥାରୁ ଗତକାଲି ୯ଟି ସଂସ୍ଥା ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial