ଭୁବନେଶ୍ୱର: ଆଜି ୬ଟି ଜିଲ୍ଲା ପାଇଁ ବିଜେଡିର ନୂତନ ସଭାପତିଙ୍କ ନାମ ବିଜେଡି ସୁପ୍ରିମୋ ନିଯୁକ୍ତ କରିଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ଼.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ, ରାଉରକେଲା ପାଇଁ ହାଲୁ ମୁଣ୍ଡାରୀ, ଝାରସୁଗୁଡା ଜିଲ୍ଲା ବିଜେଡିର ନୂତନ ସଭାପତି ଭାବେ ରବି ସିଂହଙ୍କୁ ନିଯୁକ୍ତ କରାଯାଇଛି। ସେହିପରି […]

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ଆଜି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାର। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଘଣ୍ଟାକ ଭିତରେ ଆଜି ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଅଜିତ ପାୱାର ଏକନାଥଙ୍କ ସରକାରରେ ଯୋଗଦେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ […]

ପାଟନା: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଆଜି ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିକାର ବୈଠକରେ ୩୦ରୁ ଅଧିକ ବିରୋଧୀଦଳ ସାମିଲ ହୋଇଥିଲେ। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ବିରୋଧୀ ଦଳର ଏହି ବୈଠକ ପ୍ରାୟ ୪ […]

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ କାଟ ବିରୋଧରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ। ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢ଼ାଉଛି। ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ […]

ବିଶୃଙ୍ଖଳା କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ-ପିସିସି ସଭାପତି ଭୁବନେଶ୍ୱର: ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ଯିଏ ପିସିସି […]

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ପୁଣିଥରେ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନରେ ​​ଜିତିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ବନ୍ଦ ହୋଇପଡିଥିବା ଇନ୍ଦିରା କ୍ୟାଣ୍ଟିନକୁ ପୁଣି ଆରମ୍ଭ କରାଯିବ। ରାଜ୍ୟରେ ପୂର୍ବ କଂଗ୍ରେସ ସରକାର ସମୟରେ ଏହି କ୍ୟାଣ୍ଟିନ ଆରମ୍ଭ ହୋଇଥିଲା, କିନ୍ତୁ ବିଜେପି ପୁନର୍ବାର କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନ ବନ୍ଦ ହୋଇଯାଇଥିଲା।କର୍ଣ୍ଣାଟକରେ […]

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ରାସ୍ତାରେ ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିବାକୁ ସ୍ଥିର କରିଥିଲେ। ରାହୁଲଙ୍କ ଏଭଳି ସ୍ୱତନ୍ତ୍ର ଯାତ୍ରାର ଭିଡିଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଓ ନେତା ରେକର୍ଡ କରିଥିଲେ। ପ‌ରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା […]

ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ। ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି। ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ଗତକାଲି ଦୀପାଳି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପରେ […]

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ। ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ମୋର ଶୁଭେଚ୍ଛା। କର୍ଣ୍ଣାଟକ ନିର୍ବାଚନରେ ​​ଆମକୁ ସମର୍ଥନ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ବିଜେପି କର୍ମୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛି। ଭବିଷ୍ୟତରେ ଆମେ ଅଧିକ ଉତ୍ସାହ ସହିତ […]

ଭୁବନେଶ୍ୱର: ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା ଦେଇଛନ୍ତି ବୋଲି ଉଭୟ ଶ୍ରୀକାନ୍ତ ସାହୁ ଓ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ଏହି ଇସ୍ତଫା ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳର ସୂଚନା ଦେଉଛି […]

Social media & sharing icons powered by UltimatelySocial