କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ : ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ଭୋଜନ

ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ପୁଣିଥରେ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନରେ ​​ଜିତିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ବନ୍ଦ ହୋଇପଡିଥିବା ଇନ୍ଦିରା କ୍ୟାଣ୍ଟିନକୁ ପୁଣି ଆରମ୍ଭ କରାଯିବ। ରାଜ୍ୟରେ ପୂର୍ବ କଂଗ୍ରେସ ସରକାର ସମୟରେ ଏହି କ୍ୟାଣ୍ଟିନ ଆରମ୍ଭ ହୋଇଥିଲା, କିନ୍ତୁ ବିଜେପି ପୁନର୍ବାର କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନ ବନ୍ଦ ହୋଇଯାଇଥିଲା।
କର୍ଣ୍ଣାଟକରେ ଆରମ୍ଭ ହୋଇଥିବା ଇନ୍ଦିରା କ୍ୟାଣ୍ଟିନ ଗରିବ ଏବଂ ଆର୍ଥିକ ସ୍ଵଛଳ ନଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଥାଏ। କ୍ୟାଣ୍ଟିନର ମେନୁରେ ଜଳଖିଆର ଦାମ କେବଳ ପାଞ୍ଚ ଟଙ୍କା ହୋଇଥିବାବେଳେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ କେବଳ ୧୦ ଟଙ୍କା ଦେବାକୁ ପଡିବ। ଉଲ୍ଲେଖନୀୟ କଥା ହେଉଛି, କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନଗୁଡ଼ିକୁ ପୁଣି ଚଲାଇବାକୁ କଂଗ୍ରେସ ପ୍ରତିଶୃତି ଦେଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର କରିବାକୁ ଯାଇଥିବା ବେଳେ ପୁଣି ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ ଦରବୃଦ୍ଧିର ଭାର ଗରିବ ଲୋକଙ୍କ ଉପରେ ପଡୁଛି। ଏଥିପାଇଁ ରାହୁଲ ପୁନର୍ବାର କ୍ୟାଣ୍ଟିନ ଆରମ୍ଭ କରିବାକୁ ପ୍ରତିଶୃତି ଦେଇଥିଲେ। ଉଲ୍ଲେଖ ଥାଉ କି ଇନ୍ଦିରା କ୍ୟାଣ୍ଟିନରେ ଥିବା ମେନୁ ପ୍ରତିଦିନ ବଦଳାଯାଇଥାଏ। ଜଳଖିଆରେ ଉପମା, ପୋଙ୍ଗଲ୍ ଏବଂ ଇଡଲି ସହିତ ଅନ୍ୟାନ୍ୟ ଜିନିଷ ପରିବେଷଣ କରାଯିବ।

Share Now:

Kalinga News Beuro

Next Post

ପେଟ୍ରୋଲ୍‌ ପମ୍ପ୍‌ରେ କଲେଜପିଲାଙ୍କ ଉନ୍ମତ୍ତକାଣ୍ଡ ଘଟଣା

Sat May 27 , 2023
ଜେଲ୍ ହାଜତରେ ୩, ବାଳସୁଧାର ଗୃହ ଗଲା ନାବାଳକ ଭୁବନେଶ୍ୱର: ‘ଆମେ ଲୋକାଲ୍‌ ଟୋକା। ଆମ ଗାଡ଼ିରେ ଆଗ ପେଟ୍ରୋଲ୍ ପଡ଼ିବ। ଆମକୁ ନିୟମ ପଢ଼ାନି। ଗୋଟିଏ ତଳେ ପଡ଼ିବନି।’ ଏହା ଥିଲା ବୋଲି। ବାସ୍ ଏହାପରେ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ସ୍ୱାଇପ ମେସିନ୍‌ ଭାଙ୍ଗିଲେ। ଇଟା, ପଥର ଫୋପାଡ଼ି କାର୍ଯ୍ୟାଳୟ କାଚ ଭାଙ୍ଗିଲେ। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ଥିବା ବ୍ୟାରିକେଡ୍‌କୁ ତଳେ କଚାଡ଼ି […]
ପେଟ୍ରୋଲ୍‌ ପମ୍ପ୍‌ରେ କଲେଜପିଲାଙ୍କ ଉନ୍ମତ୍ତକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial