ଭୁବନେଶ୍ବର: ଓଡ଼ିଶାରେ ଦୁଇ ଜଣ ପୁରୁଷ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଆଉ ଏହାରି ଭିତରେ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରର ବମିଖାଲ୍ ଅଞ୍ଚଳର ଜୟଦୁର୍ଗାନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରିଛି ବିଏମିସି। ସେହିପରି ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳରେ ମଧ୍ୟ […]

ଭୁବନେଶ୍ବର: ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ ଗୁରୁବାର ଦିନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପାଇଁ ସମସ୍ତଙ୍କର ଚିନ୍ତା ଥିବା‌ ବେଳେ ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଅଫିସ୍‌ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ […]

ଆନ୍ଧ୍ରପ୍ରଦେଶ-ପଶ୍ଚିମବଙ୍ଗରେ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ଭୁବନେଶ୍ବର: ଓମିକ୍ରନର ଭୟ ଭିତରେ ପଡୋଶୀ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶାର ଚିନ୍ତା ବଢାଇ ଦେଇଛି। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଆଉ ଏବେ ପଶ୍ଚିମବଙ୍ଗରୁ ଜଣେ ନାବାଳକ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଡୋଶୀଙ୍କ ଠାରୁ ଦ୍ରୁତ ସଂକ୍ରାମକ କରୋନାର ଏହି ନୂଆ ପ୍ରଜାତି ରାଜ୍ୟକୁ ପଶି ଆସିବା ଆଶଙ୍କା ଦେଖାଦେଇଛି। ତେଣୁ ସୀମାନ୍ତ ଅଞ୍ଚଳରେ ନଜର ରଖିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି। […]

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମୁମ୍ବାଇରୁ ବୋଲି ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରୁ ୭ ଜଣ ଟିକା ନେଇଥିବାବେଳେ ଜଣେ ଟିକା ନେଇନାହାନ୍ତି। ଏହା ସହିତ ମହାରାଷ୍ଟ୍ରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛ। […]

ଭୁବନେଶ୍ୱର: ରାଜଧାନୀର ସରକାରୀ ସ୍କୁଲରେ ପଶିଲା କରୋନା। କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଙ୍ଗ କ୍ୟାମ୍ପରୁ ଦୁଇ ଛାତ୍ର ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ଦୁଇ ଛାତ୍ର ହୋମ ଆଇସୋଲେସନରେ ଅଛନ୍ତି। ସ୍କୁଲକୁ ସାନିଟାଇଜ କରିବା ପାଇଁ ବିଏମସିକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଥିବା ଜଣାଯାଇଛି। କରୋନା […]

ନୂଆଦିଲ୍ଲୀ: ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି। ଏହି ତଥ୍ୟ ଅନୁସାରେ ଯଦିଓ ‘ଓମିକ୍ରନ’ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ। ଡେଲଟା ଭାରିଆଣ୍ଟ ତୁଳନାରେ ଏହି ନୂଆ ଭାରିଆଣ୍ଟ ୨ ଗୁଣରୁ ଅଧିକ ବେଗରେ ବ୍ୟାପୁଛି, ହେଲେ ‘ଓମିକ୍ରନ’ରେ ଆକ୍ରାନ୍ତ ହେବା ପରେ ଗମ୍ଭୀର ହେବାର ମାମଲା ମଧ୍ୟ କମ୍ ରହିଛି। ଓମିକ୍ରନକୁ ନେଇ […]

ମୁମ୍ବାଇ: ଦେଶରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ମହାରାଷ୍ଟ୍ର ସରକାର ଏହା ଉପରେ ପୁଣି କଟକଣା ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କରୋନାର ପୂର୍ବ ଲହର ପରି ଚଳିତ ଲହରରେ ବି ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିବା ଭଳି ଅନୁମାନ କରାଯାଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିର ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ […]

ଭୁବନେଶ୍ୱର : ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯାଇଛି ବାତ୍ୟା ଜୱାଦ। ଆଜି ସଂଧ୍ୟା ସାଢେ ୫ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏହା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି। ସଂଧ୍ୟା ସାଢେ ୫ଟା ବେଳେ ଏହା ବିଶାଖାପାଟଣାଠାରୁ ୧୮୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା […]

ଭୁବନେଶ୍ୱର: ରାଜ୍ୟରେ ଆଜି ୨୫୭ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୪୬୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ମୟୁରଭଞ୍ଜ ଜିଲ୍ଲାରୁ ୧୫ ଜଣ […]

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିପଦ ଦେଖାଦେବା ପରେ ଏହା ଉପରେ ନଜର ରଖିଥିବା କମିଟିର ବିଶେଷଜ୍ଞମାନେ ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି ଯେ, କରୋନାର ବଦଳୁଥିବା ରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣି ନେଇପାରେ। ତେଣୁ ଦେଶରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ସରକାର ବିଚାର କରିବାର ସମୟ […]

Social media & sharing icons powered by UltimatelySocial