ମାଲକାନଗିରି: ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରଲା ମଣ୍ଡଳର ଚାରୋଟି ଗ୍ରାମର ୫୨ ଜଣ ମିଲିସିଆ ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ଏସପି ଏବଂ ୧୪୧ ସିଆରପିଏଫ ବାଟାଲିୟନର ଅଧିକାରୀଙ୍କ ନିକଟରେ ଏହି ୫୨ ମିସିଲିଆ ଆତ୍ମସମର୍ପଣ କରିଛନ୍ତି। ଆଗକୁ ଆଉ ନକ୍ସଲଙ୍କୁ ସମର୍ଥନ କରିବେ ନାହିଁ ବୋଲି ପୁଲିସ ନିକଟରେ ସଫା ସଫା ମନା କରିଛନ୍ତି ଏହି ମିଲିସିଆମାନେ। ଆଜି ବି ଚେରଲା ମଣ୍ଡଳର […]

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର ସନ୍ଦେହ ଭୁବନେଶ୍ବର: ଆଜି ରୁଚିକା ମାର୍କେଟ୍ ନିକଟସ୍ଥ ମହାବୀର ବସ୍ତିର ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଶବଟି ସଂପୂର୍ଣ୍ଣ ପଚି ଯାଇଥିବାରୁ ପୁଲିସ ମୃତଦେହର ପରିଚୟ ପାଇନଥିବା ବେଳେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ହାତରେ ଲାଗିଥିବା କିଛି ପ୍ରମାଣ ଏବଂ ବନ୍ଦ ଘରେ […]

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ୨୭୦ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ନିର୍ଦ୍ଦେଶକ୍ରମେ ଇନସପେକ୍ଟର ଉଦୟ ନାୟକଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମରେ ଚଢାଉ କରିଥିଲେ। ତେବେ ଏହି ଗ୍ରାମର ହରି ହନ୍ତାଳଙ୍କ ଘର ସାମ୍ନାରେ ୧୧ ବସ୍ତା ଗଞ୍ଜେଇ ରଖାଯାଇଥିବା […]

ଭୁବନେଶ୍ବର : ପୁଲିସ ଅବହେଳାର ସୁଯୋଗ ନେଇ ଅଭିଯୁକ୍ତମାନେ ଖସିଗଲେ। ଏବେ ଖୋଜିଲା ବେଳକୁ ସେମାନେ ଚମ୍ପଟ୍ ମାରିଛନ୍ତି। ତେଣୁ ମାସକ ପରେ ବି ପୁଲିସ ହାତ ଖାଲି। ଏହା ହେଉଛି ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ତ୍ରିନାଥ ସେଠୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ମାମଲାରେ ପୁଲିସର ଅସହାୟତାର କାହାଣୀ। ଏଣେ ମୃତକଙ୍କ ପରିବାର ଲୋକେ ପୁଅର ହତ୍ୟାକାରୀଙ୍କୁ ଗିରଫ କରିବା ଦାବି କରି ଥାନାକୁ ଧାଇଁ ଧାଇଁ ନୟାନ୍ତ […]

କୋଲକାତା: ବିଜେପି ନେତା, ନନ୍ଦିଗ୍ରାମ ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କର ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଫସି ଯାଇଛନ୍ତି। ଏହି ଘଟଣାରେ ତଦନ୍ତର ସମୁଖୀନ ହେବାପାଇଁ ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ବିରୋଧୀଦଳର ନେତା ଶୁଭେନ୍ଦୁ ଆଧିକାରୀଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ସୋମବାର ଦିନ ଭବାନୀ ଭବନ ଠାରେ ଥିବା ସିଆଇଡି ମୁଖ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର […]

ଭୁବନେଶ୍ବର : ଆଇନଜୀବୀ ହୋଇ ବେଆଇନ କାମରେ ଲିପ୍ତ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଶେଷରେ ଆଇନ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ମାନବବାଦ ସଂଗଠନ(ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ) ନାଁରେ ବହୁ ବର୍ଷ ଧରି ଅମାନବୀୟ କାର୍ଯ୍ୟ ଘଟାଇ ଚାଲିଥିବା ମାନସଙ୍କୁ ଗୁରୁବାର ଦିନ ଖୋର୍ଦ୍ଧା ପୁଲିସ ଭୁବନେଶ୍ବର ସହିଦନଗର ସ୍ଥିତ ଘରୁ ଉଠାଇ ନେଇ ପେସାଦାର ଅପରାଧୀ ଭଳି ରାସ୍ତାରେ ଚଲାଇ ଚଲାଇ ନେଇଛି। ପୁଲିସର ଏଭଳି […]

ଜମୁଥିଲା ମଦ ମାଂସର ଆସର, ୩ ଲକ୍ଷ ଟଙ୍କା ଜବତ ବାଲିଅନ୍ତା: ଜୁଆ ଆଡ଼ା ପାଇଁ ମାସିକିଆ ଭଡ଼ାରେ ଲାଗିଥିଲା କଲ୍ୟାଣମଣ୍ଡପ। ମାସିକ ୩୦ ହଜାର ଟଙ୍କା ଭଡ଼ା ଦିଆଯାଉଥିଲା। ମଦ ମାଂସର ଆସର ସାଙ୍ଗକୁ ରାତି ସାରା ଚାଲୁଥିଲା ଜୁଆ ଖେଳ। ଜୁଆଡ଼ିଙ୍କ ମନୋରଞ୍ଜନ ପାଇଁ ବଡ଼ ଟିଭି ପରଦାରେ ସିନେମା ଦେଖିବା ଭଳି ବ୍ୟବସ୍ଥା ବି ଥିଲା। କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାନ୍ତା ଜୁଆ ଆଡ଼ା। କିନ୍ତୁ […]

ରାଉରକେଲା : ଓପିଟିସିଏଲ ଗ୍ରିଡରୁ ଚୋରି କରିବା ଦୁଇ ଚୋରକୁ ମହଙ୍ଗା ପଡ଼ିଛି। ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଚୋର ଜଳି ଯାଇଛନ୍ତି। ଦୁହିଁଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲର ବର୍ନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁହେଁ ହେଲେ ଉଦିତନଗର ଶୀତଳପଡ଼ାର ଚିକୁ ଚୌଧୁରୀ ଓ ବାସନ୍ତି ମାଲଗୋଦାମର ପିଣ୍ଟୁ ରାମ। ଅନ୍ୟ ଛଅ ଚୋର ଅଳ୍ପକେ […]

ରଘୁନାଥନଗରରେ ତୀବ୍ର ଉତ୍ତେଜନା, ପୁଲିସ ନାକେଦମ୍ ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଡୁମୁଡୁମା ରଘୁନାଥନଗରରେ ସନାତନ ରାଉତରାୟ(୨୨)ଙ୍କୁ ଚୋରା ମଦ ବେପାର କରୁଥିବା ରାଜା ଜୟସିଂହ ଓ ସେମାନଙ୍କ ସଂପର୍କୀୟମାନେ ମିଶି ନୃଶଂସ ଭାବେ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଆଜି ସକାଳେ ପୁଣିଥରେ ରାଜାର ପରିବାର ସ୍ଥାନୀୟ ସ୍କୁଲ ପଡ଼ିଆ ନିକଟରେ ମଦର ପସରା ମେଲାଇଥିବା ଦେଖି ଏହା ବିସ୍ଫୋରକ ରୂପ […]

ଦୁଇ ପରିବାରର ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଭୁବନେଶ୍ବର : ଗୋଟିଏ ପଟେ ରାଜଧାନୀରେ କମିସନରେଟ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ ଜୋରଦାର ଚାଲିଛି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ବି ଜାରି ରହିଛି। କିନ୍ତୁ ବସ୍ତି ଅଞ୍ଚଳରେ ଅପରାଧ ଥମିବାରେ ନାଁ ଧରୁନି। ରବିବାର ରାତିରେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗର ବଜାରରେ ସାମାନ୍ୟ ଗୋଡ଼ ବାଜିଗଲା ବୋଲି ରାଗିଯାଇ ଦୁଇ ଜଣ ମହିଳା ଓ କିଛି […]

Social media & sharing icons powered by UltimatelySocial