ଜୟପୁର: ପୁଣି ଭାରରେ ବୁହା ହେଲେ ରୋଗୀ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ପରିବାରବର୍ଗ। ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାହାଡିଆ ଗାଁ ରାମଗଡ ଗାଁରେ। ଏହି ଗାଁର ଜଗବଂଧୁ ମୁଦିଲିଙ୍କ ପତ୍ନୀ କଳାବତୀ ମୁଦୁଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଆଜି ପରିବାରବର୍ଗ ତାଙ୍କୁ ଭାରରେ ହସ୍‌ପିଟାଲକୁ ତଳକୁ ଆଣିଥିଲେ। ଗୋଟିଏ […]

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଆପୋଲୋ ହସ୍ପିଟାଲର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ ଅଛନ୍ତି। ତାଙ୍କର ଘର ଗଡ଼କଣା ଅଞ୍ଚଳରେ ବୋଲି ଜଣାଯାଇଛି। ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷିୟ ପୁରୁଷ ଅଛନ୍ତି। ଜଣେ ନିକଟ ସଂପର୍କୀୟ ଆଗରୁ କରୋନା ପଜିଟିଭ୍ […]

ଭୁବନେଶ୍ୱର:ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର-କଟକ ପୁଲିସ କମିସନ୍‌ରେଟ୍‌ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ପ୍ରାପ୍ତ ତଥ୍ୟ ଅନୁସାରେ, ଛୁଟିରେ ଥିବା କମିସନ୍‌ରେଟ୍‌ ପୁଲିସର ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ନମୁନା ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତ ହୋଇଥିବା କର୍ମଚାରୀଙ୍କ ବୟସ ୩୬ବର୍ଷ। ତେବେ ତାଙ୍କ ଠାରେ କରୋନାର […]

ଭୁବନେଶ୍ୱର: ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ହୋଇ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଶ୍ରମିକ ଚାଲି ଚାଲି ଯିବେନି। ସେଥିପାଇଁ ବସ୍‌ରେ ନିଆଯାଉଛି। କିନ୍ତୁ ଏହା ଏବେ ଜାତୀୟ ରାଜପଥ କଡ଼ରେ ରହୁଥିବା ଲୋକଙ୍କ ପାଇଁ ଚିନ୍ତା ପାଲଟିଛି। ଖାସ୍‌ କରି ରାଜଧାନୀ ପାଇଁ। ବାହାର ରାଜ୍ୟରୁ ବହୁ ବସ୍‌ରେ ପ୍ରବାସୀ ଶ୍ରମିକ ଆସୁଥିବାବେଳେ ସେମାନେ ଝାଡ଼ା, […]

ଭୁବନେଶ୍ୱର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା। ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି। […]

ଉହାନ: ତାହା ଅନ୍ତଃନଳୀରେ ମଧ୍ୟ ଦେଖିବାକୁ ମିଳୁଛି। ଅଧିକାଂଶ ଶିଶୁଙ୍କଠାରେ କୋଭିଡ୍‌-୧୯ର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ ଅଳ୍ପ କେତେକ ଶିଶୁଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଏପରିକି ଶିଶୁମାନଙ୍କଠାରେ ଶ୍ଵାସକ୍ରିୟା ଜନିତ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ କଷ୍ଟକର ବୋଲି ଚୀନ୍‌ର ଉହାନର ଟଙ୍ଗଜୀ ହସ୍ପିଟାଲ ଗବେଷଣାରୁ ଜଣାପଡ଼ିଛି। ସଂପୃକ୍ତ ହସ୍ପିଟାଲରେ ଶ୍ଵାସକ୍ରିୟାଜନିତ ଲକ୍ଷଣ ନ ଥିବା ଶିଶୁମାନଙ୍କ ଉପରେ ଏକ […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳୁ ସର୍ବାଧିକ ୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଛି। ମାତ୍ର ୧୨ ଦିନରେ କରୋନା ପଜିଟିଭ୍‌ ୨୦୦ ପାର୍‌ […]

ଆରମ୍ଭ ହେଲା ଜିଆଇଏସ ମ୍ୟାପିଂ ସିଷ୍ଟମ ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି। କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର। ତେବେ ରାଜ୍ୟ ସରକାର ଏବେ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଆଉ ଏକ ପର୍ଯ୍ୟାୟର ଲକଡାଉନ୍ ଜାରି ହେବା ନେଇ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍-୪ ଜାରି ହେବା ନେଇ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଆଗାମୀ ଲକଡାଉନ୍ ଅନ୍ୟ ୩ଟି ପର୍ଯ୍ୟାୟର ଲକଡାଉନ୍ ଠାରୁ ଭିନ୍ନ ହେବ। ଏହା ସଂପୂର୍ଣ୍ଣ ନୂତନ ରୂପରେଖ ନେଇ […]

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଏଯାବତ୍ ୧୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ପାଇଁ ରାଜ୍ୟବାସୀଙ୍କର ଚିନ୍ତା ମଧ୍ୟ ବଢ଼ିଛି। କିନ୍ତୁ ଗଞ୍ଜାମ ଜିଳ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କୁ ଭୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ଯଦିଓ କରୋନା ପଜିଟିଭ ସଂଖ୍ୟା ବଢ଼ିଛି, ତଥାପି ଏଠାରେ ଗୋଷ୍ଠୀ ସଂକ୍ରମଣର କୌଣସି ଚିହ୍ନ ନାହିଁ। ଲୋକମାନେ ତେଣୁ ଡରନ୍ତୁ ନାହିଁ। ଜିଲ୍ଲାପାଳ କହିଛନ୍ତି, ଗଂଜାମ […]

Social media & sharing icons powered by UltimatelySocial