ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଆଉ ଏକ ପର୍ଯ୍ୟାୟର ଲକଡାଉନ୍ ଜାରି ହେବା ନେଇ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍-୪ ଜାରି ହେବା ନେଇ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଆଗାମୀ ଲକଡାଉନ୍ ଅନ୍ୟ ୩ଟି ପର୍ଯ୍ୟାୟର ଲକଡାଉନ୍ ଠାରୁ ଭିନ୍ନ ହେବ। ଏହା ସଂପୂର୍ଣ୍ଣ ନୂତନ ରୂପରେଖ ନେଇ […]

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରେଳ ଚଳାଚଳ। ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଯାତ୍ରୀଙ୍କ ମନରେ ଉତ୍ସାହ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ଟିକଟ ଘଣ୍ଟାଏରୁ କମ୍ ସମୟ ଭିତରେ ବିକ୍ରି ହୋଇ ଯାଇଛି। ୧୩ ତାରିଖ ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଟ୍ରେନ ଚାଲିବ। ଏହା ପୂର୍ବରୁ ଭୁବନେଶ୍ୱର ରେଳ […]

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ଦ୍ରୁତ ଗତିରେ ବଢ଼ି ଚାଲିଛି। ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଲକ୍‌ଡାଉନ୍‌ ଏହାକୁ ଅନେକ ମାତ୍ରାକୁ ନିୟନ୍ତ୍ରଣ କରିହୋଇଛି। ମେ’ ୧୭ ତାରିଖ ପର୍ଯ୍ୟନ୍ତ ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ତେବେ ଅକ୍ଟୋବର ବେଳକୁ ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ଯଦି ଲକ୍‌ଡାଉନ୍‌ ନଥାନ୍ତା ତେବେ ଅକ୍ଟୋବର ବେଳକୁ […]

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆଂଶିକ ଭାବେ ଯାତ୍ରୀବାହୀ ରେଳସେବା ଆରମ୍ଭ ହେଉଥିବାବେଳେ ଆଜି ଅପରାହ୍ନ ୪ଟାରୁ ଆଇଆରସିଟିସି ପୋର୍ଟାଲରେ ବୁକିଂ ଆରମ୍ଭ ହୋଇଛି। ତେବେ ବୁକିଂ ଖୋଲିବାର ଅଳ୍ପ କିଛି ସମୟ ମଧ୍ୟରେ ହିଁ ପ୍ରବଳ ଟ୍ରାଫିକ ଯୋଗୁଁ ଆଇଆରସିଟିସି ପୋର୍ଟାଲଟି ଅଚଳ ହୋଇଯାଇଥିଲା। ଯାତ୍ରୀମାନେ ତାହାକୁ ବୁକିଂ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି […]

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଜି ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ ଜରିଆରେ ଏହି ସୂଚନା ଦେଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସିଂହଙ୍କର ପୂର୍ବରୁ ହାର୍ଟ ସର୍ଜରୀ ହୋଇସାରିଛି।

ଇସ୍ଲାମାବାଦ: ଭାରତୀୟ ପାଣିପାଗ ବିଭାଗ, ରାଷ୍ଟ୍ରୀୟ ପ୍ରସାରଣ ସେବା ଦୂରଦର୍ଶନ ଓ ଆକାଶବାଣୀରେ ପାକ-ଅଧିକୃତ କଶ୍ମୀର, ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନ ତୀବ୍ର ବିରୋଧ କରିଛି। ଏହା ବେଆଇନ ଓ ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ବୈଦେଶିିକ ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଭାରତ ପକ୍ଷରୁ ଗତ ବର୍ଷ ଜାରି ରାଜନୈତିକ ମାନଚିତ୍ର ଯେପରି ବେଆଇନ ଏହାର ପାଣିପାଗ ରିପୋର୍ଟ ମଧ୍ୟ ବେଆଇନ ଓ […]

ଓ୍ଵାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବିଶ୍ୱର ସର୍ବ ଶକ୍ତିମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ଦେଶରେ କରୋନାକୁ ଆୟତ୍ତ କରିବା ପାଇଁ ଆଜି ବେଦର ଶରଣାପନ୍ନ ହୋଇଛନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ଜର୍ସିରେ ଥିବା ସ୍ୱାମୀନାରାୟଣ ମନ୍ଦିରର ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟଙ୍କୁ ହ୍ଵାଇଟ […]

ୱାଶିଂଟନ : ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି। ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ। ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସତ୍କାର ଦାୟିତ୍ୱରେ ଥିବା ଜଣେ ଅଧିକାରୀ। ଆମେରିକାର ସବୁଠୁ ଆଭିଜାତ୍ୟ ସଂପନ୍ନ ସହର […]

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସମୟରେ ଅଧିକାଂଶ ଲୋକ ଘରେ ରହି ଲକ୍‌ଡାଉନ୍‌ ନିୟମ ପାଳନ କରୁଛନ୍ତି। ଏହି ସମୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ହଠାତ ଲକ୍‌ଡାଉନ୍‌ କାରଣରୁ ଫସି ରହିଛନ୍ତି। ଫସି ରହିଥିବା ଲୋକମାନେ ଘରକୁ କିପରି ବାହୁଡ଼ିବେ ତାହାକୁ ବ୍ୟାକୁଳ ହୋଇ ସେମାନେ ଅପେକ୍ଷା କରି ରହିଛନ୍ତି। ଏମିତି ଏକ […]

ଭୁବନେଶ୍ୱର : ସମଗ୍ର ପୃଥିବୀକୁ କରୋନା କବଳିତ କରି ହା ହା କାର ସୃଷ୍ଟି କରିଛି। କେତେଯେ ଧନ ଜୀବନ ନଷ୍ଟ ହେବା ସହ ଜୀବନ ଜୀବିକା ଉପରେ ତାହାର ବିଶେଷ ପ୍ରଭାବ ପଡିଛି ହିସାବ କରିବା ଦୁରୁହ ବ୍ୟାପାର। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ଦେଶ ଭାରତ ତଥା ବିଶେଷ କରି ଓଡିଶା କରୋନା ମହାମାରୀର କବଳରେ ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ […]

Social media & sharing icons powered by UltimatelySocial