ସୋର: ଏକତରଫା ପ୍ରେମକୁ ନେଇ ଜଣେ ଯୁବକର ଭୁଜାଲି ଆକ୍ରମଣରେ ବାପା ଓ ନାବାଳିକା ଝିଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋପାଳପୁର ଥାନା କଲ୍ୟାଣୀ ପଞ୍ଚାୟତ ଭିର୍ଲା ଗ୍ରାମର ଜଣେ ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସ୍କୁଲ ଯାଉଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକ ତାଳପଦା ଗ୍ରାମର ମାଉଁ ମଳିକଙ୍କ ପୁଅ ନବୀନ ମଳିକ […]

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ସ୍କୁଲରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଶୀ କିଛି ଛାତ୍ରୀଙ୍କୁ ଉପସ୍ଥାପନା(ଆଙ୍କରିଂ) ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ […]

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ଆସିକା ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଗଞ୍ଜାମ ଜିଲ୍ଲା ଆସିକା-ସୁନାମସାହି ଓ ଆସିକା ବସଷ୍ଟାଣ୍ଡରେ ଭିଜିଲାନ୍ସର ଦୁଇଟି ଟିମ୍ ଚଢ଼ଉ କରୁଛି। ଜଗବନ୍ଧୁଙ୍କ ଘରେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ ୧୦ ଜଣିଆ ଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ଉ କରୁଥିବା ଜଣାପଡ଼ିଛି। ଆୟ ବହିର୍ଭୁତ […]

ବାଲିଅନ୍ତା: ପଡ଼ୋଶୀ ପୁଣି ସମ୍ପର୍କରେ ଜେଜେ। ତେଣୁ ସ୍ବାଭାବିକ ଭାବେ ଜେଜେ-ନାତୁଣୀ ଭିତରେ ଥଟାମଜା ହେଉଥିଲା। କିନ୍ତୁ ଏହି ଥଟାମଜାକୁ ମଉକା ଭାବେ ନେଇ ଜେଜେ ନାବାଳିକା ନାତୁଣୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କଲେ। ସୌଭାଗ୍ୟକୁ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଠିକଣା ସମୟରେ ପହଞ୍ଚିଗଲେ। ଲୋକେ ଜେଜେକୁ ବହେ ଛେଚିବା ପରେ ପୁଲିସ ଜିମା ଦେଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଅଞ୍ଚଳରେ। […]

ମୁମ୍ବାଇ: ଭାରତୀୟ ନୌସେନା ପାଇଁ ଅଗ୍ନିବୀର ଟ୍ରେନିଂ ନେଉଥିବା ଜଣେ ୨୦ ବର୍ଷୀୟ ଯୁବତୀ ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଏହି ଘଟଣା ସମ୍ପର୍କରେ ପୁଲିସ ସୂଚନା ଦେଇଛି। ମୁମ୍ବାଇ ପୁଲିସର ସୂଚନାନୁସାରେ ମୃତ ମହିଳାଙ୍କ ନାମ ଅପର୍ଣ୍ଣା ନାୟାର ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀ କହିଛନ୍ତି ଯେ ଅପର୍ଣ୍ଣା ନାୟାର ଭାରତୀୟ ନୌସେନା ଜାହାଜରେ ତାଲିମ ନେଉଥିଲେ। ସେ କହିଛନ୍ତି ଯେ ଅପର୍ଣ୍ଣାଙ୍କ […]

ବୈପାରିଗୁଡ଼ା : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏଯାଏ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି। ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଓ ବୈପାରୀଗୁଡ଼ା ଥାନାରେ […]

ଭୁବନେଶ୍ବର: ଭରତପୁର ଥାନା ଅଧୀନରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ମାଲିଙ୍ଗାକୁ ଗିରଫ କରିଛି ପୁଲିସ। ମାସେ ପରେ ବନ୍ଧା ହୋଇଛି ମାଲିଙ୍ଗା। ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ହୋଟେଲ ଭିତରେ ପଶି ମାଲିଙ୍ଗା ଓ ତାର ସହଯୋଗୀମାନେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ, ଅର୍ଦ୍ଧନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। ସେମାନେ […]

ମୋରବି : ଗୁଜରାଟର ମୋରବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ବ୍ୟବସାୟୀ ଚାକିରିରୁ ବହିଷ୍କୃତ ସେଲ୍ସ ମ୍ୟାନେଜରଙ୍କୁ ଜୋତା ଚାଟିବାକୁ ବାଧ୍ୟ କରିଥିଲେ। ଏପରି ଅନ୍ୟ ୫ ଜଣ ତାଙ୍କୁ ବେଲ୍ଟରେ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର କାରଣ ଆହୁରି ଆଶ୍ଚର୍ଯ୍ୟଜନକ, କାରଣ ସେ କେବଳ ଫୋନ୍ ଏବଂ ମେସେଜ୍ ମାଧ୍ୟମରେ ବକେୟା ଦରମା ୧୨ ହଜାର ଟଙ୍କା […]

ନୂଆଦିଲ୍ଲୀ: ବରିୟାନି ଖାଇବାକୁ ଟଙ୍କା ମାଗିବା ଘଟଣାରେ ଜଣେ ୧୬ ବର୍ଷିୟ ତରୁଣ ଜଣେ ୧୭ ବର୍ଷିୟ ତରୁଣକୁ ୬୦ ଥର ଛୁରି ମାରିଥିବା କଥା ପୁଲିସ କହିଛି।ଉତ୍ତରପୂର୍ବ ଦିଲ୍ଲୀର ‘ୱେଲ୍‌କମ୍‌’ ଅଞ୍ଚଳରେ ଘଟିଥିବା କାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଲାଗିଥିବା ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି। ସେଥିରେ ଦେଖାଯାଉଛି, ୧୬ ବର୍ଷିୟ ତରୁଣ ସେ ୧୭ ବର୍ଷର ତରୁଣକୁ ଛରି ଭୁସି ତା’ର ବେକ କାଟିବାକୁ ଉଦ୍ୟମ କରୁଛି। […]

ଜଳେଶ୍ଵର: ଜଳେଶ୍ଵରରୁ ଖୋର୍ଦ୍ଧା ଯାଏଁ ନିଶା ସାମ୍ରାଜ୍ୟର ଚେର ଲମ୍ବାଇଥିବା କୁଖ୍ୟାତ ନିଶା ମାଫିଆ ଜଳେଶ୍ଵର ଶାସନବାଡ ଗ୍ରାମ ସେକ ଆଶିରୁଦ୍ଦିନ ଓରଫ ପୁସୁ (୩୦)କୁ ଜଳେଶ୍ଵର ପୁଲିସ ୩୩୮ ଗ୍ରାମ ବ୍ରାଉନସୁଗର ସହ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସମ୍ପର୍କରେ ଆଜି ଜଳେଶ୍ଵର ଥାନା ପରିସରରେ ଏସଡିପିଓ ଦିଲ୍ଲୀପ କୁମାର ସାହୁ ଓ ଆଇଆଇସି ରଞ୍ଜନ କୁମାର […]

Social media & sharing icons powered by UltimatelySocial