ନିଜାମୁଦ୍ଦିନ ଘଟଣା ଘଟିନଥିଲେ ଏଥିପାଇଁ ସାଢେ ୭ ଦିନ ଲାଗିଥାନ୍ତା ନୂଆଦିଲ୍ଲୀ : ଭାରତରେ ଏବେ ପ୍ରତି ୪.୧ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି। କିନ୍ତୁ ଯଦି ତାବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ୱରର ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ୭ଜଣ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭ ଜଣଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ପତ୍ନୀ,ଝିଅ ଓ ଭଡ଼ାଟିଆ ଅଛନ୍ତି। ଫଳରେ ଆଜି ଭୁବନେଶ୍ୱରରେ ସମୁଦାୟ ୧୦ ଜଣ […]

ନୂଆଦିଲ୍ଲୀ: ଏପ୍ରିଲ୍ ୩ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୨୩୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ […]

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକ କରିଛି। ଏହି ବୈଠକରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ ୨୧ ଦିନିଆ ତାଲାବନ୍ଦ ଆବଶ୍ୟକ, କିନ୍ତୁ ଏହା ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟକାରୀ କରାଯାଇନାହିଁ । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ […]

ଆୟୁଷ ସେଲ୍‌ ବନ୍ଦ, ଦିଆଯାଉନି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଭୁବନେଶ୍ୱର : ରାଜ୍ୟରେ କରୋନା(କୋଭିଡ-୧୯) ମୁକାବିଲାରେ ଏକପ୍ରକାର ଅବହେଳାର ଶିକାର ହୋଇଛନ୍ତି କାର୍ଯ୍ୟରତ ଆୟୁଷ ଡାକ୍ତର। ରାଜ୍ୟର ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡିସ୍‌ପେନସାରିଠାରୁ ଆରମ୍ଭ କରି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ଆବଶ୍ୟକ ସୁରକ୍ଷା ଉପରକରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆୟୁଷ ସଂଘ ମଧ୍ୟ ଏ ସଂକ୍ରାନ୍ତରେ ନବନିଯୁକ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ […]

ମୁମ୍ବାଇ: ସାରା ବିଶ୍ୱରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଲୋକମାନଙ୍କୁ ସରକାରଙ୍କ କଥା ମାନି ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରହମାନ। ଏ ସମୟରେ ଧାର୍ମିକ ସ୍ଥାନଗୁଡ଼ିକୁ ଯାଇ ସମସ୍ୟା ବଢ଼ାନ୍ତୁ ନାହିଁ ବୋଲି ସେ ବୁଧବାର ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ସରକାରଙ୍କ ଉପଦେଶ ମାନି ନିଜକୁ ପୃଥକ ଭାବେ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ […]

ବେଙ୍ଗାଲୁରୁ: ବର୍ତ୍ତମାନ କରୋନାଭାଇରସ୍ ଆତଙ୍କ ସାରା ପୃଥିବୀକୁ ଘାରିଥିବା ବେଳେ ନୋବେଲ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଙ୍ଗାଲୁରୁର ଜଣେ ବାସିନ୍ଦା ଏବେ ଲୋକଙ୍କୁ ନଡରିବାକୁ କହିଛନ୍ତି। ଭେଙ୍କରା ରାଘବନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, କୋଭିଡ-୧୯କୁ ନେଇ ଭୟଭୀତ ହେବାର କିଛି ନାହିଁ। ରାଘବ, ଯିଏ ଲଣ୍ଡନର ହେଥ୍ରୋ ବିମାନବନ୍ଦରରୁ ଲସ୍ ଆଞ୍ଜେଲସ ଆସିବା ସମୟରେ ସଂକ୍ରମିତ ହୋଇଥିଲେ, ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି […]

ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୧୪୬୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୮ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବିହାରରେ ୧ଜଣ, […]

ସ୍ୱପ୍ନ ଆଙ୍କିଛେ କେତେ, ସାକାର କରିଛେ କେତେ? ଭୁବନେଶ୍ୱର: ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୮୪ ବର୍ଷରେ ପାଦ ଥାପିଛି । ମାତ୍ର ଓଡ଼ିଶା ମାଟି ମା’ର ଏହି ଜନ୍ମ ଦିବସ କରୋନା ମହାମାରୀ ପାଇଁ ଫିକା ପଡିଛି। ନା ସହର ଆଲୋକମାଳାରେ ଝଲସୁଛି ନା କୋଉଠି ସଭା ସମିତିରେ ଉତ୍କଳ ମାତାର ଗୁଣଗାନ ହୋଇପାରୁଛି। ଉତ୍କଳ ଦିବସ ଆସିଲେ ଅନେକ ବୁଦ୍ଧିଜୀବୀ, ଓଡ଼ିଆ ଓ ଓଡ଼ିଶା ପ୍ରେମୀ, ସରକାର […]

ଭୁବନେଶ୍ୱର: ରାଜ୍ୟରେ କରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କୁ ସାବଧାନ କରିଛନ୍ତି ରାଜ୍ୟ ସରକାର । ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ସରକାର ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରିବା ସହ ତଦନୁସାରେ ଦଣ୍ଡିତ କରବେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାପଦରେ ରଖିବାକୁ ଚାହୁଁଥିବା ବେଳେ ଗୁଜବ ପ୍ରଚାର ଏକ ନିନ୍ଦନୀୟ କାର୍ଯ୍ୟ। ଏପରି କାର୍ଯ୍ୟରେ ଲିପ୍ତ ଲୋକଙ୍କୁ କରୋର ଦଣ୍ଡ ଦିଆଯିବ। […]

Social media & sharing icons powered by UltimatelySocial