ଭୁବନେଶ୍ୱର : ଚାରି ଦିନ ପୂର୍ବେ ହଠାତ୍ ବୃଦ୍ଧି ପାଇଥିବା ଆଳୁଦର ନିକଟ ଭବିଷ୍ୟତରେ ହ୍ରାସ ପାଇବା ସମ୍ଭାବନା ନାହିଁ। ପଶ୍ଚିମବଙ୍ଗରୁ ଆମଦାନି ହ୍ରାସ ପାଇନାହିଁ। ଅଥଚ ବର୍ଧିତ ଦର ତଳମୁହାଁ ହେବା ନା ଧରୁନାହିଁ। ପାଇକାରୀ ଦର କୁଇଣ୍ଟାଲ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର ଆହୁରି ୧୫ଦିନ ଲାଗି ରହିବ […]

ଲଣ୍ଡନ: ହାଇଦ୍ରାବାଦ ନିଜାମ ମାମଲାରେ ଭାରତ ଏବଂ ନିଜାମଙ୍କର ଦୁଇ ଉତ୍ତରାଧିକାରୀ ପକ୍ଷ ଅଦାଲତରେ କରିଥିବା ବ୍ୟୟ ଅର୍ଥର ୬୫% ଭରଣା କରିବାକୁ ଗୁରୁବାର ଦିନ ‘ଇଲଣ୍ଡ୍‌ ଆଣ୍ଡ୍‌ ୱେଲସ ’ ହାଇକୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ମାସରେ ଅଦାଲତ ଏହି ମାମଲାରେ ଭାରତ ଏବଂ ହାଇଦ୍ରାବାର ୭ମ ନିଜାମଙ୍କର ଦୁଇ ଉତ୍ତରାଧିକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୧୯୪୮ ମସିହାରେ ନିଜାମ ଲଣ୍ଡନ୍‌ର ଗୋଟାଏ ବ୍ୟାଙ୍କ୍‌କୁ ୧ ନିୟୁତ […]

ତିରୁବନନ୍ତପୁରମ୍‌: ଧର୍ମଘଟ ଦିନ ତିରୁବନନ୍ତପୁରମ୍‌ ସହର ଉପକଣ୍ଠରେ ଏସ୍‌ ଏସ୍‌ ଶ୍ରୀଜିତ୍‌ ନାମକ ଜଣେ ୩୦ ବର୍ଷିୟ କେରଳ ପୁଲିସ ଅଧିକାରୀ ଜଣେ ମାମୁଲି ଲୋକ ସହ ନିଜ ଭୋଜନ ବାଣ୍ଟି ଖାଇବା ପରେ ସଭିଙ୍କ ଦୃଷ୍ଟିରେ ହିରୋ ପାଲଟି ଯାଇଛନ୍ତି। ସେମାନଙ୍କ ଖାଇବା ଦୃଶ୍ୟର ଭିଡିଓ ସୋମବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ପୋଷ୍ଟିଙ୍ଗ୍‌ ହେବାର ପ୍ରଥମ ତିନି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ୨୫, ୦୦୦ରୁ […]

ଭୁବନେଶ୍ୱର: ଲୋୟର୍‌ ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟରଙ୍କ ଠିଆ ଗୋଇଠାର ଦୃଶ୍ୟକୁ ନେଇ ଚର୍ଚ୍ଚା ନ ଥମୁଣୁ, ଏବେ ଆଉ ଜଣେ ପୁଲିସ ବାବୁଙ୍କ ଦାଦାଗିରି ସାମ୍ନାକୁ ଆସିଛି। କବାଟ ଖୋଲିବାରେ ବିଳମ୍ବ ହେବାରୁ ରାତି ଅଧିଆ ଗେଟ୍‌ ଡେଇଁ ଏକ ଘରୋଇ ଅଫିସ୍‌ରେ ପଶି କର୍ମଚାରୀଙ୍କୁ ନିର୍ଧୂମ୍‌ ମାଡ଼ ମାରିଛନ୍ତି। ସେତିକିରେ ବାବୁଙ୍କ ରାଗ ଶାନ୍ତ ହୋଇନି, ସେଠାରୁ ଖଣ୍ଡଗିରି ଥାନାକୁ ଆଣି ହାଜତ ଭିତରେ […]

ନୂଆଦିଲ୍ଲୀ: ବହୁର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତିି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ପୁନର୍ବିଚାର ଆବେଦନକୁ ଗ୍ରହଣ କରିବା ଭଳି କୌଣସି […]

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ ହୋଇଛି । ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳର ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କରିଥିବା ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଏହା ସହ ଟ୍ରିବ୍ୟୁନାଲଙ୍କୁ ଉଭୟ ପକ୍ଷରୁ ନିବେଦନ କରାଯାଇଥିଲା କି ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ତେଣୁ ଟ୍ରିବ୍ୟୁନାଲ ଦ୍ଵିତୀୟ ପର୍ଯ୍ୟାୟ […]

ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ଆସାମରେ ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏହି ହିଂସାରୁ ବର୍ତ୍ତିପାରିନାହାନ୍ତି ସାଧାରଣ ଲୋକ | ବିକ୍ଷୋଭକାରୀ ଯାନବାହାନରେ ନିଆଁ ଲଗାଇବା ସହ ଆସାମରେ ଗମନାଗମନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି | ତେବେ ବିକ୍ଷୋଭକାରୀ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ସେନା ଏଭଳି ଏକ ଉଦ୍ୟମକୁ ପଣ୍ଡ କରିଦେଇଛି | ସେନା ପାଇଁ ଶହ ଶହ […]

ନୂଆଦିଲ୍ଲୀ : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଆଜି ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି । ଏହା ସହିତ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ତେବେ ଏହି ଆଇନ ପ୍ରତିବାଦରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ହିଂସା ଅବ୍ୟାହତ ରହିଛି । ସବୁଠାରୁ ଅଧିକ ହିଂସା ଆସାମରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ଆଇନ ଉପରେ ମିଳିତ ଜାତିସଂଘ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ପ୍ରତିକ୍ରିୟା ଦିଆଯାଇଛି […]

ରାଞ୍ଚି : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଆସାମ, ତ୍ରିପୁରା ପ୍ରଭୃତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ହିଂସାକାଣ୍ଡ ଦେଖାଦେଇଛି । ଆସାମରେ ଗତ କାଲିଠାରୁ ୪୮ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଯାଇଛି ଓ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି । ରାଜ୍ୟ ସରକାର ଗୁଆହାଟୀ ପୁଲିସ ମୁଖ୍ୟଙ୍କୁ ବଦଳି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି […]

ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ: ଅମିତ ଶାହ,ବିଲ୍‌ର କପି ଚିରିଲେ ଅୱେସି, ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିରୋଧ ଆଦିଲ୍ଲୀ :‌ ଲୋକସଭାରେ ଆଜି ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ଆଜି ଦିନରେ ଆଗତ ହୋଇଥିବା ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର […]

Social media & sharing icons powered by UltimatelySocial