ହିରୋ ପାଲଟିଲେ ମାମୁଲି ଲୋକ ସହ ଭୋଜନ ବାଣ୍ଟି ଖାଇଥିବା କେରଳ ପୁଲିସ ଅଧିକାରୀ

ତିରୁବନନ୍ତପୁରମ୍‌: ଧର୍ମଘଟ ଦିନ ତିରୁବନନ୍ତପୁରମ୍‌ ସହର ଉପକଣ୍ଠରେ ଏସ୍‌ ଏସ୍‌ ଶ୍ରୀଜିତ୍‌ ନାମକ ଜଣେ ୩୦ ବର୍ଷିୟ କେରଳ ପୁଲିସ ଅଧିକାରୀ ଜଣେ ମାମୁଲି ଲୋକ ସହ ନିଜ ଭୋଜନ ବାଣ୍ଟି ଖାଇବା ପରେ ସଭିଙ୍କ ଦୃଷ୍ଟିରେ ହିରୋ ପାଲଟି ଯାଇଛନ୍ତି। ସେମାନଙ୍କ ଖାଇବା ଦୃଶ୍ୟର ଭିଡିଓ ସୋମବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ପୋଷ୍ଟିଙ୍ଗ୍‌ ହେବାର ପ୍ରଥମ ତିନି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ୨୫, ୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଦେଖିଥିଲେ ବୋଲି ରାଜ୍ୟ ପୁଲିସ ଗଣମାଧ୍ୟମ କେନ୍ଦ୍ରରେ ଜଣେ ମୁଖପାତ୍ର କହିଛନ୍ତି। ତାଙ୍କର ଜଣେ ବନ୍ଧୁ ଏହି ଭିଡିଓଟି ସୁଟିଂ କରି ଏମିତି ପୋଲିସ୍‌ ଫ୍ରେଣ୍ଡ୍‌ସ୍‌ ଗ୍ରୁପ୍‌ରେ ପୋଷ୍ଟ୍‌ କରି ଦେଇଥିଲେ ବୋଲି ସେ କହିଛନ୍ତି। ସେହି ସିଭିଲ୍‌ ପୁଲିସ ଅଧିକାରୀ ଶ୍ରୀଜିତ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ରାଜ୍ୟ ପୁଲିସ ମହାନିର୍ଦେଶକ ଲୋକନାଥ ବେରା ଫୋନ୍‌ କରିଥିଲେ। ଘଟଣା ସଂକ୍ରାନ୍ତରେ ଶ୍ରୀଜିତ୍‌ କହନ୍ତି: ମୁଁ ଭୋଜନ ପ୍ୟାକେଟ୍‌ ଖୋଲୁଥିବା ବେଳେ ଦେଖିଲି ଜଣେ ଲୋକ ଆମୂଳଚୂଳ ନିରେଖି ଦେଖୁଛନ୍ତି। ଜାଣିଲି ସେ ଭୋକିଲା। ଖାଇଛନ୍ତି କି, ନାହିଁ ବୋଲି ତାଙ୍କୁ ପଚାରିବାରୁ ସେ ମନା କଲେ। ଅଗତ୍ୟା ତାଙ୍କୁ ମୋ ସଙ୍ଗରେ ଖାଇବାକୁ ଡାକିଲି। ପ୍ରଥମେ ସେ ନାହିଁନାସ୍ତି କରୁଥିଲେ, କିନ୍ତୁ ମୁଁ ଜିଗର କରିବାରୁ ସେ ରାଜିହେଲେ। ଏଇ ମାମୁଲି କଥାଟି ଏତେ ଲୋକପ୍ରିୟ ହେବ ବୋଲି ମୁଁ କଳ୍ପନା କରି ନ ଥିଲି। ଏହି ଭିଡିଓର ଜନପ୍ରିୟତା ବଢ଼ିବା ଦେଖି ପ୍ରଥମେ ମୁଁ ଟିକେ ଛାନିଆ ହୋଇଯାଇଥିଲି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ

Thu Dec 19 , 2019
ବଣାଇଁ: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି। ନିହତ ଯୁବକ ହେଉଛନ୍ତି ବଣାଇଗଡ଼ ସହରବାସୀ ୨୭ ବର୍ଷିୟ ଅନୀଲ ମୁଣ୍ଡା। ସକାଳୁ ସ୍ଥାନୀୟ ଲୋକେ ସେଠାରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ପ୍ରଥମେ ଅନୀଲଙ୍କ ସହ ଧସ୍ତାଧସ୍ତି କରି ତାଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial