ମୌଳିକ ସୁବିଧା ଯୋଗାଉଛି ଆନ୍ଧ୍ର ମାଲକାନଗିରି : କୋରାପୁଟ ଜିଲ୍ଲାର କୋଟିଆ ଭଳି ମାଲକାନଗିରି ଜିଲ୍ଲାର ଜୁମଡ଼ାଙ୍ଗକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗାଁ ଏବେ କେବଳ କାଗଜପତ୍ରରେ ଓଡ଼ିଶା ଅଧୀନରେ ରହିଛି। ଓଡ଼ିଶା ସରକାରଙ୍କ ଯୋଜନାର କୌଣସି ଚିହ୍ନବର୍ଣ୍ଣ ଏଠାରେ ନଥିବା ବେଳେ ଆନ୍ଧ୍ରର ସବୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳୁଛି। ଏମିତି ଷଡ଼ଯନ୍ତ୍ର କରାଯାଇଛି ଯେ, […]

ଟିକେଟ୍‌ରେ ରହିବ ଡିସିପିଙ୍କ ଦସ୍ତଖତ, ଲାଗିବ ୧୮ପ୍ରତିଶତ ଜିଏସ୍‌ଟି ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଓଡ଼ିଶା କ୍ରି‌କେଟ୍‌ ଆସୋସିଏସନ କର୍ମକର୍ତ୍ତାଙ୍କ ସହ କମିସନରେଟ୍‌ ପୁଲିସର ଏକ […]

ଶ୍ରୀନଗର: ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଦେଶର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ- କଶ୍ମୀରର ପରିସ୍ଥିତି ସଂପର୍କରେ ଅବଗତ ହେବାପାଇଁ ଗତ ମଙ୍ଗଳବାର ଠାରୁ ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଆସିଛନ୍ତି। ଧାରା ୩୭୦ ହଟାଯିବା ପରେ କୌଣସି ବିଦେଶୀ ପ୍ରତିନିଧି ଦଳର ଏହା ପ୍ରଥମ ଜମ୍ମୁ- କଶ୍ମୀର ଗସ୍ତ। ଏହି ଗସ୍ତକାଳରେ ୟୁରୋପୀୟ ସାଂସଦମାନେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଭେଟି କଶ୍ମୀରର […]

ନୂଆଦିଲ୍ଲୀ : ଭୁଟାନରେ ଆଜି ଭାରତୀୟ ସେନାର ଏକ ଚିତା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଭାରତୀୟ ସେନାର ଜଣେ ପାଇଲଟ ଓ ରୟାଲ ଭୁଟାନ ଆର୍ମିର ଜଣେ ଅଫିସର ନିହତ ହୋଇଥିବା ଖବର ମିଳିଛି । ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦ କହିଛନ୍ତି କି ଦିନ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶର ଖିମୁ ଠାରୁ ୟୋଙ୍ଗଫୁଲା ଯାଉଥିବା ସମୟରେ […]

ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଆଉ ଦୁଇଟି ସହରକୁ ନୂତନ ଭାବେ ବିମାନ ସେବା ଆରମ୍ଭ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଝାରସୁଗୁଡା ବିମାନ ବନ୍ଦରରେ ଆରମ୍ଭ ହୋଇଥିବା ଏହି ନୂଆ ଉଡାଣ ସେବା କୋଲକାତା ଓ ବେଙ୍ଗାଲୁରୁ ପାଇଁ ରହିଛି। ଅର୍ଥାତ ଏବେ ଯାତ୍ରୀ ଝାରସୁଗୁଡା ବିମାନ […]

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନର ଉଦ୍ୟମକୁ ଆଉ ଏକ ବଡ଼ ଧକ୍କା ଲାଗିଛି । ଶେଷରେ ଜାତିସଂଘରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ କାଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ । ଏହା ସହିତ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ସେ ଖାରଜ କରିଦେଇଛନ୍ତି । […]

ନୂଆଦିଲ୍ଲୀ: ପେନଡ୍ରାଇଭ ହିଁ କହିବ ସ୍ୱାମୀ ଚିନ୍ମୟାନନ୍ଦଙ୍କ କଳା କାରନାମାର ଗୁମର । ଯାହାକୁ ଖୋଜିବାକୁ ଏବେ ଲାଗିପଡିଛି ଏସଆଇଟି | ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ ଏସଆଇଟି ପୀଡିତାଙ୍କ ରୁମକୁ ପାଞ୍ଚ ଘଣ୍ଟା ଯାଏଁ ତଲାସୀ କରିଛି | ପୀଡିତାଙ୍କ ସାଙ୍ଗ ଏସଆଇଟିକୁ ପେନଡ୍ରାଇଭ ଦେଇଥିବାବେଳେ ଏଥିରେ ଏମିତି କିଛି ଭିଡିଓ ରହିଛି ଯାହାକି ସ୍ୱାମୀଙ୍କ ରହସ୍ୟ ଖୋଲିବ | ଏଠାରେ ସୂଚନା ଥାଉ […]

ପୁରୀ: ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଗଜପତି ଦିବ୍ୟସିଂହ ଦେବ ଆହ୍ୱାନ କରିଛନ୍ତି। ପବିତ୍ର ସୁନିଆଁ ଅବସରରେ ଏକ ବାର୍ତ୍ତା ଜରିଆରେ ଏହି ଆହ୍ୱାନ କରିଛନ୍ତି ଗଜପତି ମହାରାଜା। ସେ ଏହି ବାର୍ତ୍ତାରେ ‌କହିଛନ୍ତି କି ପବିତ୍ର ଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ଓ ପ୍ରତିବର୍ଷ ଆଷାଢ ଶୁକ୍ଳ ପକ୍ଷ ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ । ରଥଯାତ୍ରା ପରେ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି ଶ୍ରୀବିଗ୍ରହ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀ ଓ ଅମଲେଖଗଞ୍ଜ (ନେପାଳ) ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଶୁଭ ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ପାଇପଲାଇନର ଉଦଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ବହୁତ ଖୁସିର କଥା ଯେ ଦକ୍ଷିଣ ଏସିଆର ପ୍ରଥମ କ୍ରସ ବର୍ଡର (ସୀମାପାର) […]

ନୂଆଦିଲ୍ଲୀ: ଜାତିସଂଘର ମାନବ ଅଧିକାର ସଂଗଠନର ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲନା ମାସୁଦ ଆଝାରକୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ କହିଛି ପାକିସ୍ତାନ। ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଅତ୍ୟନ୍ତ ଗୋପନୀୟ ତଥ୍ୟ ଅନୁସାରେ ୫୧ ବର୍ଷିଅ ମାସୁଦକୁ ଆସନ୍ତା କିଛି ଦିନ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ତୀବ୍ର କରିବାକୁ ପାକିସ୍ତାନ କହିଛି। ଗତ ଫେବ୍ରୁଆରିରେ ପୁଲଓ୍ଵାମା ଆକ୍ରମଣ […]

Social media & sharing icons powered by UltimatelySocial