ଇସ୍‌ଲାମାବାଦ : ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦୁଇ ଦିନ ତଳେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିବା ବେଳେ ଆଜି ସେଠାର ରେଳ ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦ କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଅକ୍ଟୋବର କିମ୍ବା ନଭେମ୍ବରରେ ଭୟଙ୍କର ଯୁଦ୍ଧ ହେବ। କଶ୍ମୀରକୁ ନେଇ ନିର୍ଣ୍ଣାୟକ ଯୁଦ୍ଧର ସମୟ ଆସିଛି। […]

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲିଙ୍କର ଆଜି ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତା ଶୋକ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ଦିଲ୍ଳୀ ଏମ୍ସ ପକ୍ଷରୁ ଜାରି ବୁଲେଟିନରେ ସୂୂଚନା ଦିଆଯାଇଥିଲା ‌ଯେ […]

ଜନ୍ମାଷ୍ଟମୀରେ ଇସ୍କନ ସାମ୍ନାରେ ଅଭାବନୀୟ ସ୍ଥିତି, ପାଣିରେ ବୁଡ଼ି ରହିଲେ ଶ୍ରଦ୍ଧାଳୁ, ସୁଅରେ ଭାସିଗଲା ଚପଲ, ବିଏମ୍‌ସି ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି ଭୁବନେଶ୍ୱର : ରାଜଧାନୀକୁ ସ୍ମାର୍ଟ କରିବାକୁ ଚିତ୍କାର କରୁଛନ୍ତି ବିଏମ୍‌ସିର ଅଧିକାରୀମାନେ। କିନ୍ତୁ ଏମ‌ାନେ ଏତେ ଅପରାଗ, ଏତେ ଅଯୋଗ୍ୟ ଯେ ଏମାନଙ୍କ ଉପରୁ ସହରବାସୀଙ୍କ ଆସ୍ଥା ତୁଟିଗଲାଣି। ମାତ୍ର ଘଣ୍ଟାଏ ବର୍ଷାରେ ଲୋକମାନେ ଏମିତି କଲବଲ ହେଲେ ଯେ ଏଠାରେ ପ୍ରଶାସନ ଥିଲା ପରି […]

ଏଫ୍‌ଏଟିଏଫ୍‌ର ବଡ଼ ନିଷ୍ପତ୍ତି, ଅନ୍ତର୍ଜାତୀୟ କଟକଣା ବଢ଼ିବ ଇସ୍‌ଲାମାବାଦ: ଚରମ ଆର୍ଥିକ ସଙ୍କଟର ମୁକାବିଲା କରୁଥିବା ପାକିସ୍ତାନକୁ ଆଜି ବଡ଼ ଝଟ୍‌କା ଲାଗିଛି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ନଜର ରଖୁଥିବା ‘ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ଏସିଆ ଶାଖା ଆଜି ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ପୂର୍ବରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍‌’ରେ ରଖିଥିଲା। ଏବେ କଳା ତାଲିକାଭୁକ୍ତ ହୋଇଥିବାରୁ ପାକିସ୍ତାନ ବିରୋଧରେ ବିଭିନ୍ନ ଅନ୍ତର୍ଜାତୀୟ କଟକଣା […]

ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାହି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇଜଣ ସେବାୟତ ଉଗ୍ର‌ସେନ ଓ ବାସୁଦେବ ହୋଇ ଆସଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ […]

ଫନି କ୍ଷତ ବେଦନାଦାୟକ, ଓଡ଼ିଆଙ୍କୁ ମହାପ୍ରଭୁଙ୍କଠାରୁ କେହି ଅଲଗା କରିପାରିବେ ନାହିଁ ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆତଙ୍କବାଦର ଧର୍ମ ନାହିଁ। ବିଭିନ୍ନ ଧର୍ମ ଅନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି। ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ଥିଲା। ପୁରୀର ବିକାଶ ଓ ଶ୍ରୀମନ୍ଦିର ଚାରିପାର୍ଶ୍ଵର ୬୦ ମିଟର (କ୍ୟାବିେନଟ୍ ୭୫ ମିଟର […]

ବିଡିଏ ଚାହୁଁଛି ୮୦ ମିଟର ଉଚ୍ଚା, ୪୦ମିଟର ପାଇଁ ଏନ୍‌ଓସି ମିଳୁଛି, ଏଏଆଇ ଏନ୍‌ଓସି ମିଳିଲେ ଏମ୍‌ଓୟୁ ସ୍ଵାକ୍ଷର ହେବ ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ କାର୍ଯ୍ୟ ନିକଟ ଭବିଷ୍ୟତରେ ହେବା ନେଇ ଅନିଶ୍ଚିତତା ଦେଖାଦେଲାଣି। କାରଣ ଗୋଟିଏ ବିବାଦର ସମାଧାନ ହେଲା ବେଳକୁ ଆଉ ଗୋଟିଏ ବଡ଼ ବିବାଦ ଦେଖାଯାଉଛି। ଯେଉଁଥିପାଇଁ ଗତ ତିନି ବର୍ଷ ହେଲା ରେଳ ଷ୍ଟେସନ୍‌ର ଉନ୍ନତୀକରଣ କରିବା ପାଇଁ ଯୋଜନା […]

ନୂଆଦିଲ୍ଲୀ: ଭବିଷ୍ୟତରେ ବିବାହ ସମ୍ଭବ ନୁହେଁ ବୋଲି ଜାଣି ସୁଦ୍ଧା ଯଦି ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସହ ଶାରିରୀକ ସଂପର୍କ ରଖନ୍ତି ଓ ପରବର୍ତ୍ତୀ ସମୟରେ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଗତ କରନ୍ତି, ତେବେ ତାହାକୁ ଏକ ଅପରାଧ ରୂପେ ବିବେଚନା କରାଯିବ ନାହିଁ। କିମ୍ବା ଏନେଇ କୌଣସି ଅଭିଯୋଗ ପୁଲିସ୍‌ ଥାନାରେ ଆଗତ କରାଯାଇ ପାରିବ ନାହିଁ ବୋଲି […]

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତ ଆଜି ସିବିଆଇକୁ ଅନୁମତି ଦେଇଛନ୍ତି। ଗତ (ବୁଧବାର) ରାତିରେ ଅତ୍ୟନ୍ତ ନାଟକୀୟ ଭାବେ ଚିଦମ୍ବରମଙ୍କୁ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା ଏବଂ ଆଜି ତାଙ୍କୁ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ ଅଦାଲତରେ ହାଜର କରାଯାଇଥିଲା। ସ୍ବତନ୍ତ୍ର ବିଚାରପତି […]

ଚଣ୍ଡିଗଡ଼ : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକ୍ରମ ଏବେ ଚରମ ସୀମାରେ ପହଞ୍ଚିଛି। ନିୟମିତ ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳି ମାଡ଼ କରୁଥିବା ପାକିସ୍ତାନ ଅଚାନକ ସତଲୁଜ୍‌ ନଦୀବନ୍ଧର ସମସ୍ତ ୬ଟି ମୁଖ୍ୟ ଗେଟ୍‌ ଖୋଲିଦେବା ଫଳରେ ପଂଜାବର ସୀମାନ୍ତ ଗ୍ରାମ ଗୁଡ଼ିକରେ ଏବେ ବନ୍ୟା ଆସିଛି। ସୀମାନ୍ତ ଜିଲ୍ଲା ଫିରୋଜପୁରରେ ପ୍ରାୟ ୧୭ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ଫିରୋଜପୁର ଡେପୁଟି […]

Social media & sharing icons powered by UltimatelySocial