ନୂଆଦିଲ୍ଲୀ : ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିସନ (ୟୁପିଏସ୍‌ସି) ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳ ଆଜି ପ୍ରକାଶ ପାଇଛି। ୟୁପିଏସ୍‌ସିର ଓ୍ଵବ୍‌ସାଇଟ୍‌ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଚଳିତ ବର୍ଷ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍‌ ସର୍ଭିସ୍‌ ଟପର୍‌ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାରୀ ଏବଂ ତୃତୀୟ ସ୍ଥାନରେ ସଚ୍ଚିନ ଗୁପ୍ତାଙ୍କ ନାମ ରହିଛି। ମେରିଟ୍‌ ଲିଷ୍ଟ୍‍ରେ ମୋଟ ୯୯୦ ଜଣଙ୍କ ନାମ ରହିଛି। […]

ଯେଉଁ ଯୁବତୀ ମୁହଁରେ ଆଶାରାମଙ୍କ ଟର୍ଚ୍ଚ ଆଲୋକ ପଡ଼ୁଥିଲା, ସେଦିନ ସେଇ ଯୁବତୀଟି ହିଁ ଦରକାର ହେଉଥିଲା ତାଙ୍କୁ ପ୍ରସାଦ ରୂପେ ଯୋଧପୁର (ରାଜସ୍ଥାନ): ଏକ ନାବାଳିକା ଦୁଷ୍କର୍ମ ଅପରାଧରେ ବୁଧବାର ଦିନ ଯୋଧପୁରର ଏକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ତେବେ, ଆଶାରାମଙ୍କ ବିରୋଧରେ ବିଚାରପତି ଦେଇଥିବା ୪୫୩ ପୃଷ୍ଠା ସମ୍ବଳିତ […]

ନୂଆଦିଲ୍ଲୀ:ଇଭିଏମ ଟ୍ୟାମ୍ପରିଂକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ନୂଆ ଇଭିଏମ ଲଞ୍ଚ କରିଛନ୍ତି ନିର୍ବାଚନ କମିଶନ। ବୁଧବାର ଦିନ ନିର୍ବାଚନ କମିଶନ ନ୍ୟୁ ଜେନେରେସନ ଇଭିଏମ ଲଞ୍ଚ କରିଛନ୍ତି । ଯାହାର ନାଁ ରହିଛି ମାର୍କ-୩ । ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ, ଏହି ଇଭିଏମଟି ଟ୍ୟାମ୍ପର ପ୍ରୁଫ୍‌ ଅଟେ। ଅର୍ଥାତ ଏହାକୁ କେହି ଟ୍ୟାମ୍ପରିଂ କରିପାରିବେ ନାହିଁ। ଏହି ନୂଆ ମାର୍କ-୩ […]

ନୂଆଦିଲ୍ଲୀ:ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଅଣଆନୁଷ୍ଠାନିକ ଭାବେ ଆଲୋଚନା କରିବେ। ୧୯୫୪ ମସିହା ପରେ ପ୍ରଥମଥର ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ଏଭଳି ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ […]

ପିଲାଙ୍କୁ ସ୍କୁଲ୍ ନେବା ବେଳେ ଭ୍ୟାନ୍ ଡ୍ରାଇଭର କାନରେ ଲଗାଇଥିଲା ଇୟରଫୋନ୍  କୁଶୀନଗର: ଉତ୍ତର ପ୍ରଦେଶର କୁଶୀନଗର ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଚଳନ୍ତା ଟ୍ରେନ୍‌ ସହ ଏକ ସ୍କୁଲ୍‌ ଭ୍ୟାନ୍‌ ଧକ୍କା ଖାଇବାରୁ ୧୩ ଜଣ ସ୍କୁଲପିଲାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ତେବେ ସ୍କୁଲ୍‌ ଭ୍ୟାନ୍ ଚଳାଉଥିବା ଡ୍ରାଇଭରଙ୍କ ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ଏପରି ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, […]

ନୂଆଦିଲ୍ଲୀ : ଭାରତ ଏବେ ଏକ ବୃହତ ସମରାଭ୍ୟାସ ଚଳାଇଛି । ଗଗନଶକ୍ତି ନାମକ ଏହି ସମରାଭ୍ୟାସ ଏପର୍ଯ୍ୟନ୍ତ ଭାରତ କରିଥିବା ସମରାଭ୍ୟାସ ମଧ୍ୟରେ ସବୁଠାରୁ ବିଶାଳ ବୋଲି କୁହାଯାଉଛି । ଏହା ଦ୍ୱାରା ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ପରୋକ୍ଷରେ ଚୀନକୁ ସଂକେତ ଦେଉଛି । ଏହି ସମରାଭ୍ୟାସ ଉତ୍ତରରେ ଚୀନକୁ ଲାଗିଥିବା ସୀମାରେ ହେଉଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶାଳ […]

ଲଣ୍ଡନ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର , ବରିଷ୍ଠ ଅର୍ଥଶାସ୍ତ୍ରୀ ରଘୁୁରାମ ରାଜନ ବ୍ୟାଙ୍କ ଅଫ ଇଂଳଣ୍ଡର ଗଭର୍ଣ୍ଣର ପଦରେ ଅଭିଷିକ୍ତ ହୋଇ ପାରନ୍ତି। ବର୍ତ୍ତମାନ ବ୍ରିଟେନ୍‌ ସରକାର ଜଣେ ବିଦେଶୀ ଅର୍ଥନିତିଜ୍ଞଙ୍କୁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର ପଦରେ ବସାଇବାକୁ ଚାହୁଁଥିବା ବେଳେ ଚିକାଗୋର ଏହି ଭାରତୀୟ ଅର୍ଥନିତିଜ୍ଞ ଏହି ପଦବି ପାଇଁ ଯୋଗ୍ୟତମ ବ୍ୟକ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ଅନେକ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ ନରେନ୍ଦ୍ର ମୋଦି। ସେହି ସମୟରେ ମୋଦି କହିଥିଲେ ଯେ, ବିଦେଶରେ ସୁଇସ୍‌ ବ୍ୟାଙ୍କରେ ଥିବା କଳା ଧନ ଫେରିବ। ଆଉ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଁଏ ଟଙ୍କା ଜମା ହେବ। ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏନେଇ ଜଣେ ଆବେଦନକାରୀ ୧୫ ଲକ୍ଷ […]

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଜାରି ହେଲା ନୂଆ ନିୟମ। ଏବେ ବରିଷ୍ଠ ଅଧିକାରୀମାନେ ଅଧସ୍ତନ କର୍ମଚାରୀମାନଙ୍କୁ ‘ତୁ’ କି ‘ତୁମେ’ ଡାକିପାରିବେ ନାହିଁ। ଏବେ ବରିଷ୍ଠ ଅଧିକରୀମାନଙ୍କୁ ଅଧସ୍ତନ କର୍ମଚାରୀଙ୍କୁ ‘ଆପଣ’ କହି ସମ୍ବୋଧିତ କରିବାକୁ ହେବ। ଅଫିସରମାନଙ୍କୁ ନିଜ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବାକୁ ହେବ ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱିନ୍‌ ଲୋହାନି ସ୍ପଷ୍ଟ କରିଦେଇଛନ୍ତି। ସୂଚନା ଅନୁଯାୟୀ ଚେୟାରମ୍ୟାନ ସମସ୍ତ ଅଧିକରୀଙ୍କୁ ନିର୍ଦ୍ଦେଶ […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ‘ସୁଶ୍ରୁତ ଟ୍ରମା ସେଣ୍ଟର୍‌’ର ଜଣେ ଡାକ୍ତର ମୁଣ୍ଡରେ ଆଘାତ ପାଇଥିବା ଜଣେ ରୋଗୀଙ୍କର ଗୋଡ଼ରେ ଅସ୍ତ୍ରୋପଚାର କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହୋଇ ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ଲୋକ ମୁଣ୍ଡ ଏବଂ ମୁହଁରେ ସାମାନ୍ୟ ଆଘାତ ପାଇ ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲେ। ସେହି ଓ୍ଵାର୍ଡରେ ସେହି ଦିନ ଗୋଡ଼ ଭାଙ୍ଗି ଭର୍ତ୍ତି ହୋଇଥିଲେ ଅନ୍ୟ ଜଣେ ରୋଗୀ ବୀରେନ୍ଦ୍ର। କିନ୍ତୁ, ସର୍ଜନ୍‌ ଉଭୟ […]

Social media & sharing icons powered by UltimatelySocial