ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ଶ୍ରୀଜିଉଙ୍କ ରଥ। ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ସେବାୟତମାନେ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସରେ ଟାଣି ନେଇ ଶରଧାବାଲି ଅଭିମୁଖେ ବାହାରିଥିଲେ। ଆଜି ବଳଭଦ୍ରଙ୍କ ରଥ ଟଣା କାର୍ଯ୍ୟ ଠିକ୍ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା। […]

ତିରୁଅନନ୍ତପୁରମ : ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ ଆସନ୍ତା ୧୭ରୁ ୨୧ ତାରିଖ ୫ ଦିନ ପର୍ଯ୍ୟନ୍ତ ଖୋଲିବ। ମନ୍ଦିରର ମାସିକ ପୂଜା ପାଇଁ ଏହାକୁ ସୀମିତ ସମୟ ପାଇଁ ଖୋଲଯିବ। ଏହି ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର୍‌ ଦେବସ୍ୱମ୍‌ ବୋର୍ଡ’ (ଟିଡିବି) ମଧ୍ୟ କହିଛି ଯେ, କରୋନା ମହାମାରୀ ଦୃଷ୍ଟିରୁ ଏହି ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା […]

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି। ତେବେ ମନ୍ଦିର ପ୍ରଶାସନର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ରଥଯାତ୍ରା ଦିନ ଜଗଦଗୁରୁ ଶଙ୍କରଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ଜଣ ରଥ ପ୍ରଦିକ୍ଷଣ ସହ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ସହମତି ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଶଙ୍କରଚାର୍ଯ୍ୟ। […]

ପୁରୀ: ଅଣସର ଘର ଗୁପ୍ତ ସେବା ପାଇଁ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ। ଶ୍ରୀମନ୍ଦିରରୁ ଫିଟିଲା ଅଣସର ତାଟି। ଆରମ୍ଭ ହେଲା ଶ୍ରୀବିଗ୍ରହଙ୍କ ନବଯୌବନ ଦର୍ଶନ। ଏହା ତିନି ଦିନ ଧରି ଚାଲିବ। ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି। ତେବେ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ରରେ ଏହି ଅଲୌକିକ ଦର୍ଶନ କରିପାରିଲେ ନାହିଁ ଶ୍ରଦ୍ଧାଳୁ। ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଲେ, ହେଲେ ଏହି ବେଶ […]

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ହେତୁ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଧାର୍ମିକ ଆୟୋଜନକୁ ବି ମନା କରାଯାଇଛି। ଏହି କ୍ରମରେ ଗୁଜୁରାଟ ସରକାର ଅହମ୍ମଦାବାଦରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରକୁ ମଞ୍ଜୁରୀ ଦେଇଛନ୍ତି। କୋଭିଡ ଗାଇଡ ଲାଇନକୁ ପାଳନ କରି ଲୋକମାନେ ରଥାଯାତ୍ରା ପାଳନ କରି ପାରିବେ। ଯେଉଁ ପଥ ଦେଇ ରଥ ବାହାରିବ ସେହି ପଥରେ କର୍ଫ୍ୟୁ ଲାଗୁ କରାଯିବ। ରଥକୁ ଟାଣୁଥିବା ଲୋ‌କେ ୪୮ଘଣ୍ଟା ପୂର୍ବରୁ […]

ଭୁବନେଶ୍ୱର: ରଥଯାତ୍ରାରେ ଗଜପତି କରିବେ ଛେରାପହଁରା। ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ। ଆର୍ଥାତ୍‌ ବାହୁଡ଼ାରେ ମଧ୍ୟ ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ। ତେବେ ଅନ୍ୟ […]

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନେ ୧୦୮ ଗରାରେ ସୁବାସିତ ଜଳରେ ସ୍ନାନ କରିଛନ୍ତି। ସ୍ନାନ ପରେ ଶ୍ରୀଜିଉମାନଙ୍କୁ ଗଜାନନ ବେଶ କରାଯାଇଥିଲା। ଇତି ମଧ୍ୟରେ ସ୍ନାନମଣ୍ଡପରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ପ୍ରଥମେ ମଦନମୋହନ ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇଛି। ଗୋଟି ପହଣ୍ଡିରେ ଶ୍ରୀଜିଉ ଅଣସର ଘରକୁ ଯିବେ। ରାତି ୮ଟା ପର୍ଯ୍ୟନ୍ତ ପହଣ୍ଡି ଶେଷ ହେବ। ଏହା ପରେ ୮ଟା […]

ବିନା ଭକ୍ତରେ ହେବ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ବ୍ରହ୍ମଗିରି: ଦିନକ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଶ୍ରୀଜିଉମାନେ ଶ୍ରୀମନ୍ଦିରର ସ୍ନାନବେଦୀରେ ମହାସ୍ନାନ କରିବେ। ପରେ ସ୍ନାନବେଦୀରୁ ଶ୍ରୀଜିଉମାନେ ଆଉ ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିକୁ ବିଜେ କରିବେ। ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଦୀର୍ଘ ୧୫ ଦିନ କାଳ ଅଣସର ପିଣ୍ଡିରେ ଅବସ୍ଥାନ କରିବେ। ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜିଉମାନଙ୍କର ଅଣସର ସେବା କରିବେ। […]

ନୂଆଦିଲ୍ଲୀ: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା। ବାର୍ଷିକ ଅମରନାଥ ଯାତ୍ରା ବାତିଲ କରିବାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ଲୋକଙ୍କ ଜୀବନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ତେଣୁ, ଜନସାଧାରଣଙ୍କ ସ୍ୱାର୍ଥରେ ଚଳିତ ବର୍ଷର ତୀର୍ଥଯାତ୍ରା ଆୟୋଜନ କରିବା […]

ପୁରୀ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ବି ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ବଡ଼ଦାଣ୍ଡରେ ସାନ୍ଧ୍ୟ ଆଇନ୍‌ ଲଗାଇ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଶୃଙ୍ଖଳିତ ରଥଯାତ୍ରା ତଥା ସେବାୟତ ସଂକ୍ରମଣ ରୋକିବା ପାଇଁ […]

Social media & sharing icons powered by UltimatelySocial