ଶ୍ରୀ ଅଲାରନାଥଙ୍କ ପୀଠରେ ଜାରି ହେବ ୧୪୪ ଧାରା

ବିନା ଭକ୍ତରେ ହେବ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ

ବିନା ଭକ୍ତରେ ହେବ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି: ଦିନକ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଶ୍ରୀଜିଉମାନେ ଶ୍ରୀମନ୍ଦିରର ସ୍ନାନବେଦୀରେ ମହାସ୍ନାନ କରିବେ। ପରେ ସ୍ନାନବେଦୀରୁ ଶ୍ରୀଜିଉମାନେ ଆଉ ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିକୁ ବିଜେ କରିବେ। ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଦୀର୍ଘ ୧୫ ଦିନ କାଳ ଅଣସର ପିଣ୍ଡିରେ ଅବସ୍ଥାନ କରିବେ। ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜିଉମାନଙ୍କର ଅଣସର ସେବା କରିବେ। ଏହି ସମୟରେ କେବଳ ମାତ୍ର ଦଇତାପତି ସେବକମାନଙ୍କ ବ୍ୟତୀତ ଅନ୍ୟ କେହି ଶ୍ରୀଜିଉଙ୍କୁ ଦର୍ଶନ କରିପରିବେ ନାହିଁ। ତେବେ, ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଦୀର୍ଘ ୧୫ ଦିନ କାଳ ଅଣସର ପିଣ୍ଡିରେ ଅବସ୍ଥାନ କରିବା କାଳରେ ଭକ୍ତମାନେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଅଲାରନାଥ ମନ୍ଦିରରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। କୋଭିଡ କଟକଣା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥର ବିନା ଭକ୍ତରେ ଶ୍ରୀ ଅଲାରନାଥଙ୍କ ଅଣସର ନୀତିକାନ୍ତି ଅନୁଷ୍ଠିତ ହେବ।
ପୁରୀ ଉପଜିଲ୍ଲାପାଳ ଭବଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତ ନିଯୋଗ,ଉନ୍ନୟନ ପରିଷଦ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। କୋଭିଡ କଟକଣା ଯୋଗୁଁ ଶ୍ରୀଜିଉଙ୍କ ଦର୍ଶନ ଭକ୍ତମାନେ କରିପାରିବେ ନାହିଁ। ଆସନ୍ତା ୨୫ ତାରିଖ ଭୋରରୁ ରଥଯାତ୍ରା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପୀଠ ଚାରିପଟେ ୧୪୪ ଧାରା ଜାରି କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ଦିର ଚାରିପଟେ ବେରିକେଡ ଲଗାଯିବା ସହ ୨୪ ଘଣ୍ଟିଆ ପୁଲିସ ମୁତୟନ ରହିବେ। କେବଳ ପାସଧାରୀ ସେବାୟତମାନେ ଶ୍ରୀଜିଉଙ୍କ ନୀତିକାନ୍ତି ସଂପାଦିତ କରିପାରିବେ। କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପାଳିଆ ସେବାୟତ ହିଁ ଶ୍ରୀଜିଉଙ୍କ ନୀତିକାନ୍ତି କରିବେ। ସୂଚନାଯୋଗ୍ୟ, କରୋନା କଟକଣା ଯୋଗୁଁ ଗତବର୍ଷ ମଧ୍ୟ ସାଧାରଣଭକ୍ତମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିପାରି ନଥିଲେ।

Share Now:

Kalinga News Beuro

Next Post

ଦନ୍ତା ହାତୀକୁ ହଦଗଡରେ ଛାଡିଲା ବନ ବିଭାଗ

Wed Jun 23 , 2021
ଆଗରପଡା: ଗତ ଦୁଇ ଦିନ ହେଲା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଆଗରପଡା ଓ ଗଣିଜାଙ୍ଗ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଙ୍ଗଲି ଦନ୍ତାହାତୀକୁ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ଗୋଡାଇ ଗୋଡାଇ ନେଇ ଆଗରପଡାର ବଣିଆପଙ୍କ ଜଙ୍ଗଲ ସୀମରେ ଛଡାଯାଇଥିଲା। ଗଣିଜାଙ୍ଗରୁ ସଂଧ୍ୟା ପରେ ହାତୀକୁ ଘୌଡାଇବା ଆରମ୍ଭ କରାଯାଇଥିଲା। ଗଣିଜାଙ୍ଗରୁ ଓଡଙ୍ଗ ପଞ୍ଚାୟତର ବୋଡକ ପାଟଣା ଗ୍ରାମ ରାସ୍ତା ଦେଇ […]
ଦନ୍ତା ହାତୀକୁ ହଦଗଡରେ ଛାଡିଲା ବନ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial