ସିଗାରେଟ ଟାଣିବା ଏହା ଶରୀରର ପାଇଁ କ୍ଷତିକାରକ ହୋଇଥାଏ। କିନ୍ତୁ କିଛି ଏପରି ସମୟ ଅଛି ଯେତେବେଳେ ସିଗାରେଟ୍ ଟାଣିଲେ ଅଧିକ କ୍ଷତି ହୋଇଥାଏ। ଯଦି ସିଗାରେଟ୍ ଟାଣିବା ଆପଣ ଛାଡ଼ିପାରୁ ନାହାଁନ୍ତି, ତେବେ ଏହି ସମୟରେ ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ୧- କିଛି ଲୋକଙ୍କ ଖାଇବା ପରେ ସିଗାରେଟ୍ ଟାଣିବାର ଭ୍ୟାସ ରହିଥାଏ। ଆପଣ ଜାଣନ୍ତି କି, ଏହି ସମୟରେ ସିଗାରେଟ୍‌ର ପ୍ରଭାବ ୧୦ ଗୁଣା […]

ନୂଆଦିଲ୍ଲୀ: ସାମାଜିକ କ୍ଷେତ୍ର ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦରେ ଭାରତ ଆବଶ୍ୟକ ପରିମାଣର ପାଣ୍ଠି ଖର୍ଚ୍ଚ କରୁନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏହାର ସଦ୍ୟତମ ରିପୋର୍ଟରେ ଏକଥା କହିଛି। ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଗୁଡ଼ିକ ଭାରତଠାରୁ ଯଥେଷ୍ଟ ଅଧିକ ପାଣ୍ଠି ସାମାଜିକ କ୍ଷେତ୍ର ପାଇଁ ଖର୍ଚ୍ଚ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ତେଲ ଦରରେ ବୃଦ୍ଧି ହେବା ଓ ବିଭିନ୍ନ ପ୍ରକାର ନିଅଣ୍ଟ ଯୋଗୁଁ ସାମାଜିକ କ୍ଷେତ୍ରର ଖର୍ଚ୍ଚ […]

ଲକ୍ଷ୍ନୌ : ସମ୍ବିଧାନ ପ୍ରଣେତା ଏବଂ ସମାଜ ସଂସ୍କାରକ ଡ଼.ଭୀମରାଓ ଆମ୍ବେଦକରଙ୍କୁ ନେଇ ଏବେ ୟୁପି ରାଜନୀତି ସରଗରମ ହୋଇଉଠିଛି। ନୀଳରଙ୍ଗର କୋର୍ଟ ପିନ୍ଧିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଗେରୁଆ ରଙ୍ଗ ବୋଳିବା ଘଟଣାକୁ ନେଇ ରାଜ୍ୟରେ ଦଳିତ ସମ୍ପ୍ରଦାୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି ଉତ୍ତରପ୍ରଦେଶର ବଦାଉନ୍‌ ଜିଲ୍ଲାରେ ଗତକାଲି ବିଜେପି କର୍ମକର୍ତ୍ତାମାନେ ଗେରୁଆ ରଙ୍ଗ କରିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର କୋଟ୍‌କୁ ନୀଳ ରଙ୍ଗରେ ରଙ୍ଗାୟିତ […]

ନୂଆଦିଲ୍ଲୀ: ସେନାବାହିନୀର ପଦାତିକ ସୈନିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ଅତ୍ୟାଧୁନିକ ଜ୍ଞ୍ୟାନକୌଶଳରେ ନିର୍ମିତ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ପାଇବେ ପଦାତିକ ବାହିନୀର ସୈନିକମାନେ। ଏଥିପାଇ ଗତକାଲି କେନ୍ଦ୍ର ସରକାର ୬୩୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ୧ ଲକ୍ଷ ୮୬ ହଜାର ୧୩୮ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ କିଣିବା ପାଇଁ ଘରୋଇ ସଂସ୍ଥା ଏସଏମପିପି ପ୍ରାଇଭେଟ୍‌ ଲିମିଟେଡ୍‌ […]

ଲକ୍ଷ୍ନୋ: ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା ଧମକ ଦିଆଯାଇଥିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଏନେଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଯୁବତୀ ଏବଂ ପରିବାରଲୋକଙ୍କୁ ଆଣି ଅଟକ ରଖିଛି । ଅଭିଯୋଗ ଅନୁସାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗର୍ ଏବଂ […]

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ- ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ […]

ନୂଆଦିଲ୍ଲୀ : ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ(ସାର୍କ) ସମ୍ମିଳନୀରେ ଭାରତ ଯୋଗ ଦେବନାହିଁ। ସୀମାପାର ଆତଙ୍କବାଦକୁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଯେଭଳି ପ୍ରୋତ୍ସାହନ ଦେଉଛି, ସେହି ସ୍ଥିତିରେ ସାର୍କ ସହ ଆଗକୁ ବଢ଼ିବା ସମ୍ଭବ ନୁହେଁ ବୋଲି ଆଜି ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ କରିଛନ୍ତି। ପାକିସ୍ତାନକୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ ସୀମାରେ ଅଶାନ୍ତି ସୃଷ୍ଟି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ଥମୁନାହିଁ। ତେଣୁ ପାକିସ୍ତାନ ସହ […]

ସାଧାରଣତଃ ଆମେ ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ପାଉ। କେହି ଫ୍ରିଜ୍‌ ପାଣି ପିଏ ତ ଆଉ କିଏ ମାଟି ହାଣ୍ଡିର ପାଣି ପିଇଥାଏ। ହେଲେ ଖରାରୁ ଆସିଲା ମାତ୍ରେ ତୁରନ୍ତ ଫ୍ରିଜ୍‌ରେ ଥିବା ଥଣ୍ଡା ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ। ଏପରି ଅଭ୍ୟାସ ଯଦି ଅଛି ତେବେ ରୋଗ ଆପଣଙ୍କୁ ଗ୍ରାସ କରିପାରେ। ଏହି ଅଭ୍ୟାସରୁ ଦୂରେଇ ରହିବାକୁ ଆୟୁର୍ବେଦରେ ମଧ୍ୟ କୁହାଯାଇଛି। ‘ଦ କମ୍ପଲିଟ୍‌ […]

ଯୋଧପୁର: ସଲମାନ୍‌ ଖାଁ’ଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଶେଷରେ ମିଳିଲା ଜାମିନ। ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ଅଭିନେତା ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତର କେସ୍‌ ତାଲିକାର ୧୫ ନମ୍ବରରେ ଥିଲା ସଲମାନ୍‌ଙ୍କର ଆବେଦନ ମାମଲା। ପ୍ରଥମେ ସଲମାନ୍‌ଙ୍କ ଭଉଣୀ ଓ ଅଙ୍ଗରକ୍ଷୀ ଅଦାଲତରେ ପହଞ୍ଚିଥିଲେ। ବିଚାରପତି ଦେବ କୁମାର ଖାତ୍ରୀଙ୍କୁ ପଦନ୍ନୋତି ଦିଆଯାଇ ବଦଳି କରାଯାଇଥିବାରୁ ନୂତନ […]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ସୁପରଷ୍ଟାର୍ ସଲମାନ୍ ଖାନ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍କୁ ପଠାଇ ଦିଆଯାଇଛି। ରାଜସ୍ଥାନ ଯୋଧପୁରର CJM କୋର୍ଟ ଗତକାଲି ଏହି ମାମଲାରେ ରାୟ ପ୍ରକାଶ କରି ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ସଲ୍‌ମାନଙ୍କ ବିରୋଧରେ ଏହି ମାମଲା ନୂଆ ନୁହଁ। ବଲିଉଉର ବିବାଦୀୟ […]

Social media & sharing icons powered by UltimatelySocial