ୟୁପି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବଳାତ୍କାର ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ, ବିଜେପି ବିଧାୟକଙ୍କ ନାମରେ ଆସିଛି ଅଭିଯୋଗ

ଲକ୍ଷ୍ନୋ: ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା ଧମକ ଦିଆଯାଇଥିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଏନେଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଯୁବତୀ ଏବଂ ପରିବାରଲୋକଙ୍କୁ ଆଣି ଅଟକ ରଖିଛି । ଅଭିଯୋଗ ଅନୁସାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗର୍ ଏବଂ ତାଙ୍କ ସହଯୋଗୀ ପୀଡ଼ିତାଙ୍କ ସହ ଗତ ବର୍ଷ ଦୁଷ୍କର୍ମ କରିଥିଲେ।

ତେବେ ଏନେଇ ସେ ବାରମ୍ବାର ଅଭିଯୋଗ କରିଥିଲେ। ତଥାପି ପୋଲିସ ତାଙ୍କ ମାମଲା ରଖିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ପରିବାରଲୋକଙ୍କୁ ବିଜେପି ବିଧାୟକଙ୍କ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ସମସ୍ତ ଘଟଣାକୁ ନେଇ ମାମଲା ରୁଜୁ କରିଛି ପୋଲିସ। ଏନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଲକ୍ଷ୍ନୋ ଏଡିଜି ରାଜୀବ କିଷ୍ଣା । ଅପରପକ୍ଷେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉନ୍ନାଓରୁ ବିଜେପି ବିଧାୟକ କୁଲଦୀପ ସିଂହ ସେନଗର୍।

Share Now:

Kalinga News Beuro

Leave a Reply

Next Post

ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେକି :ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କେବେ ?

Mon Apr 9 , 2018
ଭୁବନେଶ୍ୱର(ଖଣ୍ଡଗିରି): ଖଣ୍ଡଗିରି ଟ୍ରାଫିକ୍‌ ଛକର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣର କଥା। ୨୦୧୭ ନଭେମ୍ବରରେ ସଏଲ୍‌ ଟେଷ୍ଟ୍‍ କାମ ଆରମ୍ଭ ହେଲା। ପିଲାର୍‌ ନିର୍ମାଣ ହେବାକୁ ଥିବା ପଏଣ୍ଟଗୁଡ଼ିକର ସଏଲ୍‌ ଟେଷ୍ଟ ସରୁ ସରୁ ନଭେମ୍ବର ବିତିଗଲା। ଲୋକେ ଧରିନେଲେ କାମ ଜୋର୍‌ଦାର୍‌ ଚାଲିଲା ଓ ଏଣିକି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ପୂରା ଦମ୍‌ରେ ଚାଲିବ ଓ ଖୁବ୍‌ ଶୀଘ୍ର ସରିବ। କିନ୍ତୁ ସେଇଠି ଅଟକି ଗଲା ନିର୍ମାଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial