ନୂଆ ପ୍ରାୟୋଜକ ପାଇଁ ୨ ଦିନରେ ଟେଣ୍ଡର ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି। ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ। ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ। ସୀମାରେ ଚୀନ ସେନାର […]

୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା: କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଭୁବନେଶ୍ୱର: ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। […]

ମ୍ୟାଚ୍‌ ପୂର୍ବରୁ ଆଣ୍ଠେଇ ପଡ଼ି ନିରବ ପ୍ରାର୍ଥନା କଲେ ଖେଳାଳି ସାଉଥମ୍ପଟନ୍‌: କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ କ୍ରିକେଟ୍‌ ପୂରାପୂରି ଠପ୍ ହୋଇଯାଇଥିଲା। ପୂରା ୧୧୭ ଦିନ ପର୍ଯ୍ୟନ୍ତ ପଡ଼ିଆରେ ଗୋଟିଏ ବି ବଲ୍‌ କେଉଁ ବ୍ୟାଟ୍ସମ୍ୟାନ୍‌ ପାଇଁ ପଡ଼ିନଥିଲା। କ୍ରିକେଟ୍ ପ୍ରେମୀଙ୍କର ଲମ୍ବା ସମୟର ଅପେକ୍ଷା ପରେ ବୁଧବାର ୮ ଜୁଲାଇରେ ପୁଣିଥରେ ଆରମ୍ଭ ହୋଇଛି କ୍ରିକେଟ୍‌। ପଡ଼ିଆକୁ ଓହ୍ଲାଇଛନ୍ତି ଖେଳାଳି। ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ […]

ତିନି ଥର ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ବିଜେତାଙ୍କ ୯୫ ବର୍ଷରେ ଦେହାନ୍ତ ନୂଆଦିଲ୍ଲୀ: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ବଲବୀର ସିଂହ ସିନିଅର୍ ଭାବେ ସୁପରିଚିତ ତିନି ଥର ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ଜିଣିଥିବା ହକି କିମ୍ବଦନ୍ତୀ ବଲବୀର ସିଂହ ଦୋସାଞ୍ଝଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୋହାଲିସ୍ଥିତ ଫୋର୍ଟିଜ୍ ହସ୍ପିଟାଲ୍‌ର ନର୍ଦ୍ଦେଶକ ଅଭିଜିତ ସିଂହ କହିଛନ୍ତି ଆଜି ସକାଳ ପ୍ରାୟ ୬: ୩୦ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି। ମେ ୮ […]

ଭୁବନେଶ୍ୱର: ଏପ୍ରିଲ ୧୫ରୁ ୨୨ ପର୍ଯ୍ୟନ୍ତ ରାତିଅଧିଆ ରାଜଧାନୀର ସମସ୍ତ ପ୍ରମୁଖ ହାଟ ଓ ବଜାର ଅଞ୍ଚଳରେ ଡ୍ରୋନ୍‌ ଦ୍ୱାରା ବିଶୋଧକ ସିଞ୍ଚନ କରିବା ପରେ ଏବେ ରାଜଧାନୀର ସମସ୍ତ ପ୍ରମୁଖ ଛକକୁ ଟାର୍ଗେଟ୍‌ କରାଯାଇଛି। ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ସହାୟତାରେ ସମସ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୋଡିୟମ୍ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍‌ ସିଞ୍ଚନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍‌ସିର ଉତ୍ତର ଜୋନରେ ଆଜି ରାତିରୁ ଏହି କେମିକାଲ […]

ଟୋକିଓ : ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଅଲମ୍ପିକ୍ସ ଜାପାନର ରାଜଧାନୀ ଟୋକିଓ ସହରରେ ଆସନ୍ତା ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ସଂପର୍କରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଜାପାନ ସରକାର ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ୨୦୨୧ ଜୁଲାଇ ୨୩ରେ ଅଲମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୮ରେ ଉଦଯାପନୀ ସମାରୋହ ଅନୁଷ୍ଠିତ […]

ଓଡ଼ିଶାକୁ ହ୍ୟାଟ୍ରିକ୍‌ ବୋନସ ପଏଣ୍ଟ, ଶାନ୍ତନୁ ଶ୍ରେଷ୍ଠ ଖେଳାଳି କଟକ: ଚଳିତ ରଣଜୀ ଋତୁରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ଓଡ଼ିଶା ହ୍ୟାଟ୍ରିକ୍‌ (ଲଗାତର ତୃତୀୟ ମ୍ୟାଚ୍‌ରେ) ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି। ଡ୍ରିମ୍ସରେ ଶେଷ ହୋଇଥିବା ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ୧୦ ଵିକେଟରେ ପରାସ୍ତ କରି ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ସି’ର ଶୀର୍ଷସ୍ଥାନ ବଜାୟ ରଖିଛି। ବିଜୟ ପାଇଁ ଓଡ଼ିଶା ସମ୍ମୁଖରେ ୬୦ ରନ୍‌ ଧାର୍ଯ୍ୟ ହୋଇଥିଲା। […]

କଟକ: ବିରାଟଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଦେଖିବା ଲାଗି ବାରବାଟୀ ଦର୍ଶକ ୮ ବର୍ଷ ହେବ ଉତ୍ସାହ ଓ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ଶେଷରେ ସେମାନଙ୍କର ଏହି ଆଶା ପୂରଣ ହୋଇଛି। ପୂର୍ବରୁ ବାରବାଟୀରେ ଖେଳିଥିବା ୪ ପାଳିରୁ ମାତ୍ର ୩୪ ରନ୍ କରିଥିବା କୋହଲି ଆଜି ୮୫ ରନ୍‌ର ବିରାଟ ପାଳି ଖେଳି ସମସ୍ତଙ୍କ ମନ ଜିତିନେଇଛନ୍ତି। ତାଙ୍କ ଦାଇତ୍ୱବାନ ପାଳି ବଳରେ ହିଁ ଭାରତ […]

ଅଭ୍ୟାସରେ ଝାଳ ବୁହାଇଲେ ଦୁଇ ଦଳର ଖେଳାଳି, ବାରବାଟୀରେ ରେକର୍ଡ: ୧୬ରୁ ୧୨ ମ୍ୟାଚ୍ ଜିତିଛି ଭାରତ କଟକ : ବାରବାଟୀର ବଡ଼ ଲଢ଼େଇ ଲାଗି ସମରସଜ୍ଜା ସରିଛି। ଆଉ ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ସମର। ଐତିହାସିକ ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍। ରବିବାରର ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ ଗ୍ୟାଲେରି ପୂରା […]

କୋଲକାତା : ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ପ୍ରଥମ ଦିବା ରାତ୍ର ଟେଷ୍ଟ୍‌କୁ ଭାରତ ଗୋଟିଏ ପାଳି ଓ ୪୬ ରନ୍‌ରେ ଜିତି ନେଇଛି। ଏହି ମାଇଲଖୁଣ୍ଟ ମ୍ୟାଚ୍‌କୁ ଅଢ଼େଇ ଦିନରୁ କମ୍ ସମୟ ଭିତରେ ଜିତି ବାଂଲାଦେଶ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି ବିରାଟ ବାହିନୀ। ଗୋଲାପି ଟେଷ୍ଟ୍‌ର ମାନ୍ୟତା ଲାଭ କରିଥିବା ଏହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ବି […]

Social media & sharing icons powered by UltimatelySocial