ଟିକେଟ୍‌ରେ ରହିବ ଡିସିପିଙ୍କ ଦସ୍ତଖତ, ଲାଗିବ ୧୮ପ୍ରତିଶତ ଜିଏସ୍‌ଟି ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଓଡ଼ିଶା କ୍ରି‌କେଟ୍‌ ଆସୋସିଏସନ କର୍ମକର୍ତ୍ତାଙ୍କ ସହ କମିସନରେଟ୍‌ ପୁଲିସର ଏକ […]

କଟକ: ସଞ୍ଜୟ ବେହେରା ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଜୟ ବେହେରା ୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ନବରଂଜନ ସ୍ୱାଇଁଙ୍କୁ ପରାସ୍ତ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫଣ୍ଡ (ଏଟି) ଠକେଇ ମାମଲାରେ ଗିରଫ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଞ୍ଜୟ ବେହେରା। ଯୁଗ୍ମ ସଂପାଦକ ଭାବେ ମେହେତାବ୍‌ ଖାନ୍‌ ନିର୍ବାଚିତ ହୋଇଛନ୍ତି। ମେହେତାବ୍‌ ଖାନ ନିର୍ବାଚନରେ ସୁଜିତ୍‌ କୁମାର […]

କଟକ: ବିହାରର ପାଟନାରେ ଚାଲିଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ରବିବାର ଶେଷ ହୋଇଛି। ଶେଷ ଦିନ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୪ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ୭ ରୌପ୍ୟ ଓ ୪ କାଂସ୍ୟ ପଦକ ମଧ୍ୟ ଓଡ଼ିଶାକୁ ମିଳିଛି। ଫଳରେ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୦ ସ୍ୱର୍ଣ୍ଣ ସହ ମୋଟ ୩୮ ପଦକ ହାସଲ କରିଛନ୍ତି। ଶେଷ ଦିନ ୧୬ ବର୍ଷରୁ କମ୍‌ ବାଳିକା […]

ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ ହେଲେ ମ୍ୟାଚ୍‌ର ହିରୋ ଦୁବାଇ: ଏସିଆ କପ୍‌ ଆରମ୍ଭରୁ ଶକ୍ତିଶାଳୀ ଶ୍ରୀଲଙ୍କାକୁ ଜବରଦସ୍ତ ଝଟକା ଦେଇଛି ଗତଥରର ରନର୍ସ ଅପ୍‌ ବାଂଲାଦେଶ। ଶ୍ରୀଲଙ୍କାକୁ ୧୩୭ ରନ୍‌ରେ ପରାସ୍ତ କରି ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଦଳ। ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ଙ୍କ ଜବରଦସ୍ତ ଶତକ ବଳରେ ଦଳ ୪୯.୩ […]

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଇଚ୍ଛା ଶକ୍ତି ଆଗରେ ବୟସ ହାର୍‌ ମାନେ ବୋଲି ଆଜି ଜଣେ ୧୦୨ ବର୍ଷୀୟ ମହିଳା ପ୍ରମାଣ କରି ଦେଖାଇଛନ୍ତି। ଖାଲି ପ୍ରମାଣ କରିନାହାନ୍ତି, ନିଜର ଇଚ୍ଛାଶକ୍ତି ବଳରେ ସବୁ ପ୍ରତିବନ୍ଧକକୁ ମାତ୍‌ଦେଇ ଭାରତ ପାଇଁ ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ବିଭାଗରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନ୍‌ରେ ଚାଲିଥିବା ବିଶ୍ୱ ମାଷ୍ଟରସ୍‌ ଆଥଲେଟିକ୍ସ ଚାମ୍ପିୟନ୍‌ଶିପ୍‌ରେ ଚଣ୍ଡିଗଡ଼ର ୧୦୨ ବର୍ଷୀୟ ମାନ […]

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଅଣଆନୁଷ୍ଠାନିକ ଟେଷ୍ଟ୍‍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ‘ଏ’ ବିଜୟଠୁ ୧୯୯ ରନ୍‌ ଦୂରରେ ରହିଛି। ଅଷ୍ଟ୍ରେଲିଆର ୨୪୩ ରନ୍‌ ଜବାବରେ ଭାରତ ‘ଏ’ ପ୍ରଥମ ପାଳିରେ ୨୭୪ ରନ୍‌ କରି ୩୧ ରନ୍‌ରେ ଆଗୁଆ ରହିଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ଟ୍ରଭିସ ହେଡ୍‌ଙ୍କ ୮୭ ରନ୍‌ ବଳରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୯୨ ରନ୍‌ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ […]

ଭୁବନେଶ୍ୱର : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳର ଚାରି ଓଡ଼ିଆ ଝିଅଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳିବ। ସେହିଭଳି କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ସଦସ୍ୟଙ୍କୁ ୬୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତି ଅନୁଯାୟୀ ଏହି ପୁରସ୍କାର ରାଶି ଦିଆଯିବ। ଚାରି ଝିଅ ଦୀପ୍‌ଗ୍ରେସ୍‌ ଏକ୍କା, […]

ଭୁବନେଶ୍ୱର : ଜାକର୍ତା ଏସିଆଡ୍‌ରେ ଦୋହରା ରୁପା ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିବା ଦୂତି ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦୦ ମିଟର୍‌ ରୁପା ପଦକ ବିଜୟ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଢ଼ କୋଟି ଘୋଷଣା କରିଥିଲେ। ବୁଧବାର ଦୂତି ୨୦୦ ମିଟର୍‌ରେ ମଧ୍ୟ ସମାନ ରୌପ୍ୟ ପଦକ ହାସଲ କରିଥିଲେ। ଫଳରେ […]

ଜାକର୍ତ୍ତା/ପାଲେମବାଙ୍ଗ: ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ଆଶା ମଉଳି ଯାଇଛି। ଗୁରୁବାର ମାଲେସିଆଠାରୁ ୬-୭ ଗୋଲ୍‌ରେ ହାରିବା ପରେ ଏସିଆଡ଼୍‍ରେ ଲଗାତାର ଦ୍ୱିତୀୟ ବାର ବିଜେତା ହେବା ସ୍ୱପ୍ନ ବି ଭାଙ୍ଗି ଚୁର୍‌ ମାର୍‌ ହୋଇ ଯାଇଛି। ଆଜିର ହୃଦୟ ବିଦାରକ ପରାଜୟ ପାଇଁ ଭାରତ ଫାଇନାଲ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି। ସେହିଭଳି ଟୋକିଓ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମଧ୍ୟ ହାତଛଡ଼ା […]

ଜାକର୍ତ୍ତା/ପାଲେମବାଙ୍ଗ : ଦୂତିଙ୍କ ପୁଣି ରୁପେଲି ଚମକ। ୧୦୦ ଭଳି ୨୦୦ ମିଟରରେ ମଧ୍ୟ ଦୂତି ଜିତିଛନ୍ତି ରୌପ୍ୟ ପଦକ। ଏହା କରି ପୁଣି ଥରେ ସେ ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ କରିଛନ୍ତି ଗୌରବାନ୍ଵିତ। ଏସିଆଡ଼୍‍ରେ ଏକକାଳୀନ ଦୁଇଟି ପଦକ ଜିତିବାରେ ପ୍ରଥମ ଓଡ଼ିଆ ହେବା ସହ ବୁଧବାର ମହାନ ଧାବିକା ପିଟି ଉଷାଙ୍କ ସହ ଦୂତି ହୋଇଛନ୍ତି ସମକକ୍ଷ। ପବିତ୍ର ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ […]

Social media & sharing icons powered by UltimatelySocial