ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନ ପାଇଁ ଆଜିଠାରୁ ରାଜଧାନୀରେ ସରଗରମ ପ୍ରଚାର ଆରମ୍ଭ ହୋଇଛି। ଏହାସହ ଜୋର୍‌ ଧରିଛି ଆକ୍ଷେପ ପ୍ରତ୍ୟାକ୍ଷେପ ରାଜନୀତି। ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିବା ଆରମ୍ଭ କରିଛନ୍ତି। ଆଜି ପ୍ରସଙ୍ଗକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁହାଁମୁହିଁ ହୋଇଛନ୍ତି। ରାଜଧାନୀ ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକ ଦଳ ଭୋଟ କିଣିବାକୁ […]

ଭୁବନେଶ୍ବର: ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦୁଇ ମହାନଗର ନିଗମ ଭୁବନେଶ୍ୱର ଓ କଟକର ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଭୁବନେଶ୍ୱର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ବିଜେପିର ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଠିକ୍ ସେହିପରି କଟକର ବିଜେଡି ମେୟର ପ୍ରାର୍ଥୀ […]

ରାଜ୍ୟରେ ପୌରାଧ୍ୟକ୍ଷ/ମେୟର ପଦ ପାଇଁ ମୋଟ ୬୯୩ ଜଣ ପ୍ରାର୍ଥୀ ଭୁବନେଶ୍ବର :ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିବାର ଆଜି ଥିଲା ଶେଷ ଦିବସ। ଶେଷ ଦିନରେ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୪୫୪୧ଟି ମନୋନୟନ ପତ୍ର ଦାଖଲ ହୋଇଛି। ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୫୦୪ଟି ମନୋନୟନ ପତ୍ର ଦାଖଲ କରାଯାଇଛି। ଏହାକୁ ମିଶାଇ ଗତ ୨ ତାରିଖରୁ […]

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଛକାପଞ୍ଝା ମଧ୍ୟରେ ଉଭୟ ବିଜେଡି ଓ ବିଜେପି ଆଜି ବିଏମ୍‌ସି ନିର୍ବାଚନ ଲାଗି ମେୟର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସାମ୍ବାଦିକତାରୁ ରାଜନୀତିରେ ପାଦ ଥାପିଥିବା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୫ ଘଣ୍ଟା ପରେ ବିଜେପି ତାହାର ମେୟର୍‌ ପ୍ରାର୍ଥୀଙ୍କୁ ମଇଦାନକୁ ଆଣିଛି। […]

ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ କିଏ? ବିଜେପି ଓ କଂଗ୍ରେସ ଦଳ କାହାକୁ ପ୍ରାର୍ଥୀ କରିବେ? ଅନ୍ୟ କୌଣସି ରାଜନୈତିକ ଦଳ ମେୟର ପଦବି ଲାଗି ପ୍ରାର୍ଥୀ ଦେବେ ନା ସମର୍ଥନ ଜଣାଇବେ? ସ୍ବାଧୀନ ଭାବେ କୌଣସି ନାରୀନେତ୍ରୀ ମଇଦାନକୁ ଓହ୍ଲାଇବେ କି? କୌଣସି ବି ରାଜନୈତିକ ଦଳ ଏପର୍ଯ୍ୟନ୍ତ ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ ବିଭିନ୍ନ ନାମକୁ ନେଇ […]

୧୨ ଗ୍ରୁପ୍‌ରେ ୧୨ ଅଫିସର, ଶୃଙ୍ଖଳା ପାଇଁ ବାରିକେଡ୍‌ ଭୁବନେଶ୍ୱର: କର୍ପୋରେଟର୍‌ ଓ ମେୟର୍‌ ପଦ ଲାଗି ଆସନ୍ତା ୨ ତାରିଖ(ବୁଧବାର)ଠାରୁ ସ୍ଥାନୀୟ ଏଡିଏମ୍‌ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ହେବ। ୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାର୍ଥୀମାନଙ୍କଠାରୁ ନାମାଙ୍କନପତ୍ର ଗ୍ରହଣ କରିବା ପାଇଁ ୧୨ଟି ଗ୍ରୁପ୍‌ କରାଯିବା ସହ ୧୨ଜଣ […]

ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ମୋଟ୍ ୮୫୧ରୁ ଏଯାବତ୍ ୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ୱାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି। ସୋମବାର ଥିଲା ଗଣତିର ତୃତୀୟ ତଥା […]

ବାମରା : ବାମରା ବ୍ଲକ୍‌ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। କାଁ ଭାଁ ଘଟଣାକୁ ଛାଡ଼ିଦେଲେ ବିଶେଷ କିଛି ବିଶୃଙ୍ଖଳା ପରିସ୍ଥିତି ଉପୁଜିନାହିଁ। ବ୍ଲକ୍‌ର ମୋଟ ୧୭ଟି ପଞ୍ଚାୟତରେ ୨୧୬ଟି ବୁଥ ରହିଥିବା ବେଳେ କେବଳ ଗୋଟିଏ ବୁଥ କେଶାଇବାହାଲ ପଞ୍ଚାୟତ ଫଟାଟାଙ୍ଗର ଗାଁ’ ବୁଥ୍‌ରେ ମତଦାନ ହୋଇନାହିଁ। ଫଟାଟାଙ୍ଗରକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ନେଇ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। […]

ନିଶ୍ଚିନ୍ତ‌କୋଇଲି: ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ନିଶ୍ଚିନ୍ତକୋଇଲି ଠାରେ କେନ୍ଦ୍ରପଡ଼ା-କଟକ ରାସ୍ତାରୋକ କ‌ରିଛନ୍ତି ଗ୍ରାମବାସୀ। ପଞ୍ଚାୟତ ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ୍‌ ରହିଥିବାବେଳେ ସେଠାରେ ଲାଇଟ ନଥିବା ସହ କୌଣସି ସୁରକ୍ଷା ନଥିବାରୁ ସୁକରପଡ଼ା ପଞ୍ଚାୟତବାସୀ ହଜାର ହଜାର ସଂଖ୍ୟାରେ କେନ୍ଦ୍ରପଡ଼ା-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନାଅନୁଯାୟୀ, ପଞ୍ଚାୟତ ନିର୍ବାଚନ ୨୦୨୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ […]

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନବେଳେ ସାରା ରାଜ୍ୟରେ ଘଟିଥିବା ନିର୍ବାଚନୀ ହିଂସାକୁ ନେଇ ବିଜେପି , ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ନିର୍ବାଚନ କମିଶନଙ୍କୁ ଦିଆଯାଇଛି। କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର। ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ନିର୍ବାଚନ […]

Social media & sharing icons powered by UltimatelySocial